ଖଣ୍ଡିଆନଈ ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

 


ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ସ୍ଥିତ ଜିପିଏଲଏଫ୍ କାର୍ଯ୍ଯାଳୟ ଠାରେ ଗୁରୁବାର ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବେଗୁନିଆପଡ଼ା ବ୍ଳକ ଓଡିଶା ଜୀବିକା ମିଶନ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ଖଣ୍ଡିଆନଈ ସରପଞ୍ଚ ପକଂଜ ସେଠୀ, ବିପିସି ଚନ୍ଦ୍ର ଶେଖର ବେହେରା, ବିପିଏମ୍ ଜ୍ଞାନ ରଞ୍ଜନ ରାଉତ, ବିଏଲ୍ ସି ଦେବରାଜ ବେହେରା, ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର କାର୍ତ୍ତିକ ସ୍ବାଇଁ, ଅବସର ସେନା କର୍ମଚାରୀ ଯଦୁନାଥ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ବାଲ୍ମିକୀ ବିଷୋୟୀଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକମାନଙ୍କ ଅବଦାନ ଏବଂ ଅଭିଜ୍ଞତାକୁ ସମ୍ମାନ ଜଣାଇବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଥିବା କହିଥିଲେ ଅତିଥି। ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଅଧିକାର ସମ୍ପର୍କରେ ସମାଜରେ ସଚେତନତା ବୃଦ୍ଧି କରିବା, ସେମାନଙ୍କର ସାମାଜିକ ଓ ମାନସିକ ଆବଶ୍ୟକତାକୁ ପୂର୍ଣ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବା ନେଇ ଏଠାରେ ମତ ପ୍ରକାଶ ପାଇଥିଲା। 

ସମାଜ ଗଠନରେ ବରିଷ୍ଠ ନାଗରିକଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନଜନକ ଜୀବନ ନେଇ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୧ରେ ଏହି ଦିବସ ପାଳନ କରାଯାଏ।

ପରିବାର ଓ ସମାଜ ପାଇଁ ବରିଷ୍ଠ ନାଗରିକଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ଅଭିଜ୍ଞତା ଓ ଜୀବନର ଶିକ୍ଷା ଆଗାମୀ ପିଢ଼ି ପାଇଁ ମାର୍ଗଦର୍ଶକ। ଏହି ଦିବସ ଅବସରରେ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ଯତ୍ନ ଓ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରାଯାଉଛି।

Post a Comment

Previous Post Next Post