ଭଞ୍ଜନଗର -୨୧/୦୯ (ପ୍ରଫୁଲ୍ଲ କୁମାର ମହାରଣା )ଭଞ୍ଜନଗର ଉପଖଣ୍ଡ ଠାରେ ଘୁମୁସର ଲେଖିକା ସଂସଦ ତରଫରୁ ଶାନ୍ତି ନଗରରେ ଘୁମୁସର ଦିବସ ପାଳନ ଏବଂ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଂପାଦିକା ଡଃ ନଳିନୀପ୍ରଭା ଦାସଙ୍କ ସଭାପତିତ୍ବରେ ଅଧ୍ୟାପିକା ସୁଜାତା ସିଂଙ୍ଗ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ସଭ୍ଯା ରଜନୀ ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ପ୍ରଥମ ପର୍ଯ୍ୟାୟରେ ଘୁମୁସର ଦିବସ ପାଳନର ଗୁରୁତ୍ଵ ଏବଂ ଘୁମୁସର ଜିଲ୍ଲା ଗଠନ କରିବା ପାଇଁ ଆମର ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ସଂପାଦିକା ଡଃ ନଳିନୀପ୍ରଭା ଦାସ ଏହି ଦିବସର ଗୁରୁତ୍ୱ ଏବଂ ଘୁମୁସର ଜିଲ୍ଲା ହେବା ଦ୍ବାରା ଅଞ୍ଚଳବାସୀଙ୍କ ସୁବିଧା ଏବଂ ଉପକୃତ ହେବା ବିଷୟରେ ବିସ୍ମୃତ ବିବରଣୀ ପ୍ରଦାନ କରିଥିଲେ ଉପସଭାନେତ୍ରୀ ସ୍ନେହଲତା ବିଷୋୟୀ , ଡାକ୍ତର ଗାୟତ୍ରୀ ସାହୁ ,ଶୁଭସ୍ମିତା ଦାଶ
ଦିବସର ମହତ୍ତ୍ବକୁ ଆଲୋଚନା କରିଥିଲେ ।''ଘୁମୁସର ଜିଲ୍ଲା ଆମର ଦାବି''ର ସ୍ବର ଗୁଞ୍ଜରିତ ହୋଇ ଉଠିଥିଲା। ଦ୍ଵିତୀୟ ପର୍ଯ୍ୟାୟ ବର୍ଷାକାଳୀନ ସନ୍ଧ୍ୟାରେ ଖୁବ୍ ମନୋରମ ଭାବରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସମସ୍ତେ ସ୍ବରଚିତ ବର୍ଷା କବିତା ପାଠ କରିଥିଲେ। ସଂପାଦିକା ନଳିନୀପ୍ରଭା ଦାସ ସ୍ବରଚିତ 'ବ' ଆଦ୍ଯାକ୍ଷରରେ ରଚିତ କବିତା "ବର୍ଷାର ବର୍ଣ୍ଣ ବିଭା" ଦୀର୍ଘ କବିତା ପାଠ କରିଥିଲେ।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବର୍ଷାକୁ ନେଇ ରଚିତ ସଙ୍ଗୀତ ଗୁଡ଼ିକ ଗାନ କରାଯାଇଥିଲା ।ତଥା ଅନ୍ୟ ମହାନ କବି ମାନଙ୍କର ବର୍ଷା କାଳକୁ ନେଇ ରଚିତ କବିତା ମଧ୍ୟ ପାଠ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମ୍ପାଦିକା ଡ.ନଳିନୀ ପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

