ଧରାକୋଟ ବ୍ଲକରେ ବିଡିଓ ପଦବୀ ଖାଲିକୁ ନେଇ ଜନ ଅସନ୍ତୋଷ,ବାର ଦିନ ହେଲା ଅନ୍ଧାରରେ ବ୍ଲକ ଲୋକେ ହନ୍ତସନ୍ତ


ଧରାକୋଟ,୨୧/୦୯/୨୦୨୬ : ସାଧାରଣ ଜନତାଙ୍କ ପାଇଁ ଧରାକୋଟ ବ୍ଲକ ଏବେ ଅଛୁଆଁ ଭଳି ସୂଚନା | ବାରମ୍ବାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲୋକେ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ବେଳେ ଫଳାଫଳ ଶୂନ। ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଉପରୁ ଲୋକଙ୍କ ଆସ୍ଥା ତୁଟି ଗଲାଣି |ଗତ ମେ ମାସ ଠାରୁ ପାଞ୍ଚ ମାସ ହେଲା ବି ଡି ଓ ପଦବୀ ଖାଲି ପଡ଼ିଛି। ଗତ 9 ତାରିଖ ଠାରୁ ସର୍ଟ ସର୍କିଟ ଯୋଗୁଁ ସୁଇଚ ବୋର୍ଡ଼ ରେ ନିଆଁ ଲାଗି ଯିବାରୁ ବିଡିଓ, ଏବିଡିଓ,ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ୧୨ ଦିନ ଧରି କାର୍ଯ୍ୟାଳୟରେ ଏକ ରକମ କାର୍ଯ୍ୟସବୁ ଠପ ହୋଇଯାଇଛି । ଏହାକୁ ସଜାଡ଼ିବା ପରିବର୍ତ୍ତେ ପ୍ରଶାସନିକ ଅଧିକାରୀ ମାନେ ବିଡ଼ିଓଙ୍କ ଆଳ ଦେଖାଇ ଚୁପ ହୋଇ ବସିଛନ୍ତି।ଶେରଗଡ ବିଡିଓଙ୍କୁ ଧରାକୋଟ ବ୍ଲକର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସମୟ ସୁବିଧା ଦେଖି ବିଡ଼ିଓ ଧରାକୋଟ ବ୍ଲକକୁ ଆସୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଉନ୍ନୟନ କାର୍ଯ୍ୟର ବିଲ ପୈଠରେ ଅହେତୁକ ବିଳମ୍ବ ହେଉଥିବା ବେଳେ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ନିଜ ବ୍ଲକକୁ ଛାଡି ଧରାକୋଟକୁ ଆସିପାରୁନହନ୍ତି । ବ୍ଲକରେ ହେଉଥିବା ଲୋକଙ୍କ ସଚେତନତା,ଲୋକଙ୍କ ପାଇଁ ହେଉଥିବା ଯୋଜନା ସବୁ ମୁରବୀ ବିହୀନ ଭଳି ଚାଲିଥିବା ଦେଖିବାକୁ ମିଳିଛି । ଦୂର ଦୂରାନ୍ତରୁ ଲୋକେ ନିଜର ଓ ସାମୁହିକ ସମସ୍ୟା ନେଇ ଆସୁଥିବା ବେଳେ ବିଡିଓ ନଥିବାରୁ ନିରାଶାରେ ଫେରୁଛନ୍ତି। ରାସନ କାର୍ଡ,ପିଇବା ପାଣି, ବାର୍ଦ୍ଧକ୍ୟ ଭତ୍ତା, ଗମନା ଗମନ ଭଳି ସର୍ବ ନିମ୍ନ ସୁବିଧା ପାଇଁ ଲୋକେ ନିଜର ଅଭିଯୋଗ ପ୍ରକାଶ କରିପାରୁନାହାନ୍ତି । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର ହୋଇଥିଲେ ମଧ୍ୟ ବି ଡି ଓ ଙ୍କ ଦସ୍ତଖତ ହୋଇନଥିବା ଯୋଗୁଁ ସେଗୁଡ଼ିକ ବଣ୍ଟନ ହୋଇପାରୁନାହିଁ । ଅଧିକାଂଶ ବୃଦ୍ଧ, ବୃଦ୍ଧା ହିତାଧିକାରୀ ଙ୍କ ବ୍ୟାଙ୍କ ଏକାଉଣ୍ଟ କୁ ମାସ ମାସ ଧରି ଟଙ୍କା ଜମା ହେଉନଥିବା ବେଳେ କେତେକଙ୍କ ଫିଙ୍ଗର ପ୍ରିଣ୍ଟ ମିଶୁଥିବା ଯୋଗୁଁ ଅଭିଯୋଗ କରିବାକୁ ଆସି ହିତାଧିକାରୀ ମାନେ ଗୁହାରି ଜଣାଇ ନପାରି ଅସନ୍ତୋଷ ପ୍ରକାଶ କରି ଫେରୁଛନ୍ତି । ୧୮ ଗୋଟି ପଞ୍ଚାୟତ ପାଇଁ ୬ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୨ ଜଣ କନିଷ୍ଠ ଯନ୍ତ୍ରୀ। ୪ ଗୋଟି କନିଷ୍ଠ ଯନ୍ତ୍ରୀ,ଜଣେ କନିଷ୍ଠ କିରାଣୀ,୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡ଼ିଛି। ଏଥିରୁ ବ୍ଲକର ଉନ୍ନୟନ କାର୍ଯ୍ୟ କିପରି ଚାଲିଛି ତାହା ବାରି ହୋଇ ପଡୁଛି। ପ୍ରତ୍ୟେକ ବିଭାଗର ଫାଇଲ ନେଇ ବିଡିଓଙ୍କ ଦସ୍ତଖତ ପାଇଁ ବାରମ୍ବାର ଶେରଗଡ ଦୌଡ଼ିବାକୁ ପଡ଼ୁଛି । ଏଣୁ ଧରାକୋଟ ବ୍ଲକ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଇଥିବା ବେଳେ ସରକାରୀ ଯୋଜନାର ସଫଳ ରୂପାୟନ ଧିମେଇ ଯାଇଥିବା ସୂଚନା ମିଳିଛି । ଆଶ୍ଚର୍ଯ୍ୟର କଥା ପାଞ୍ଚ ମାସ ଧରି ବିଡିଓ ପଦବୀ ଖାଲିରହି ସାଧାରଣ ଜନତା ତଳି ତଳାନ୍ତ ହୋଇଥିଲେ ମଧ୍ୟ ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ କାହିଁକି ପାଉନାହିଁ ତାହା ଚିନ୍ତାର ବିଷୟ |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

             ମୋ ନିଯୁଜୁ ଓଡିଶା

Post a Comment

Previous Post Next Post