ଓ.ଏ.ଭି ଛାତ୍ରାବାସ ରୁ ଲକ୍ଷ ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ଚୋରି ଥାନାରେ ଏତଲା

ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୦୮/୦୮/୨୦୨୬ :- ଧରାକୋଟ ବ୍ଲକ ଅନ୍ତର୍ଗତ କୁସଗୁମା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୁରୁଷ ଛାତ୍ରାବାସ ନୂତନ ନିର୍ମାଣାଧୀନ ଗୃହରୁ ଦୁର୍ବୁତ୍ତ ମାନେ ପଛପଟୁ ତାଲା ଭାଙ୍ଗି ଗୋଟିଏ ରୁମ ଭିତରେ ରହିଥିବା ପ୍ରାୟ ଦଶରୁ ବାର ଲକ୍ଷ ଟଙ୍କାର ବିଭିନ୍ନ ବିଦୂତ ସାମଗ୍ରୀ ଚୋରି ହୋଇଥିବା ବିଦୂତ ମିସ୍ତ୍ରୀ ସନ୍ତୋଷ ସାହୁ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପ୍ରକାଶଥାଉକି ଧରାକୋଟ ବ୍ଲକର ଚାରିଛକ ଠାରେ ରହିଛି କୁସଗୁମା ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଏହି ଆଦର୍ଶ ବିଦ୍ୟାଳୟର ଏକ ଛାତ୍ରାବାସ ପ୍ରାୟ ଚାରି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ଜଣାପଡିଛି  ମାତ୍ର କିଛି ବିଦ୍ୟୁତ ଓ ଜଳ ଯୋଗାଣ କାର୍ଯ୍ୟ ବାକି ରହିଛି | ଆସନ୍ତା ମଙ୍ଗଳବାର ଦିନ ଏହାର ହସ୍ତାନ୍ତର ପାଇଁ ଦିନ ଧାର୍ଯ୍ୟ କରାଯିବା ପରେ ଠିକାଦାର ଟୁଟୁ ପ୍ରଧାନ ଓ ବିଦ୍ୟୁତ କାମ କରୁଥିବା ମିସ୍ତ୍ରୀ ସନ୍ତୋଷ କୁମାର ସାହୁ ମିଳିତ ଭାବରେ ଛାତ୍ରାବାସ କୋଠାରେ ପହଞ୍ଚି ଏକ ନିର୍ଦ୍ଦିଷ୍ଟ କୋଠରୀରେ ଥିବା ବିଦ୍ୟୁତ ସାମଗ୍ରୀ ଆଣିବା ପାଇଁ ଯିବାବେଳେ ଏହି କୋଠରୀର ତାଲା ଭାଙ୍ଗି କେହି ଦୁର୍ବୁତ୍ତ ସେହି ଭିତରୁ ଚାରି ଗୋଟି ଇନ ଭର୍ଟର,ଚାରି ଗୋଟି ବ୍ୟାଟେରୀ,ଦୁଇଟି ପାଣି ମୋଟର, ଚବିଶି ଗୋଟି ଫେନ, ବାଇଶି ବଣ୍ଡଲ  ୱାଇରିଙ୍ଗ ତାର ,ପାଣି ପାଇପ ଫିଟିଙ୍ଗ ସାମଗ୍ରୀ ସହ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ଚୋରି କରି ନେଇଥିବା ଦେଖିବାକୁ ମିଳିଛି । ଉକ୍ତ ଘଟଣାର ତଦନ୍ତ ପାଇଁ  ବଡ଼ଗଡ଼ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।ଲୋକଙ୍କ କହିବା କଥା ଏତେ ଗୁଡ଼ାଏ ବିଦୂତ ଉପକରଣ କିଭଳି ଓ କିଏ ଚୋରି କଲା ଟ୍ରାକ୍ଟର,ଟେମ୍ପୋ ନା ଟ୍ରକ ସାହାଯ୍ୟରେ ଚୋରିକରି ନେଲା ବୋଲି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି କାର୍ଯ୍ୟ ସହ ସମ୍ପୃକ୍ତ ଥିବା ଲୋକଙ୍କ ମିଲି ଭଗତ ଥାଇପାରେ ବୋଲି ଲୋକଙ୍କ ମନରେ ସନ୍ଧେହ ସୃଷ୍ଟି ହୋଇଥିବା ସୂଚନା ମିଳିଛି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ 

             ମୋ ନିଯୁଜୁ ଓଡିଶା

Post a Comment

Previous Post Next Post