ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୦୭/୦୮/୨୦୨୬ :- ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ଜାହଡା ପଞ୍ଚାୟତ ଅଧୀନ ମୁକ୍ତାପୁଞ୍ଜି ଗ୍ରାମର ସଭାପତି ସୁଦର୍ଶନ ଜେନା,ଉପ ସଭାପତି ସାର୍ଟ ସ୍ୱାଇଁ ଓ ୱାର୍ଡ ମେମ୍ବର ସୁରେନ୍ଦ୍ର ସେଠିଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଗ୍ରାମବାସୀ ମାନେ ମା'ଦୁର୍ଗା ଦେବୀ ଜମି ହଡପ ଅଭିଯୋଗ ନେଇ ଧରାକୋଟ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି | ଗ୍ରାମବାସୀଙ୍କ ସୂଚନା ଅନୁସାରେ ମା'ଦୁର୍ଗା ଦେବୀଙ୍କ ୮ ଏକର ଜମି ଥିବାବେଳେ ସମସ୍ତ ଜମି ବହୁ ପୂର୍ବରୁ ସେବାୟତ ଓ ଗ୍ରାମ କମିଟି ନାମରେ ରହିଅଛି | ଯେଉଁମାନେ ମା'ଙ୍କ ସେବା କରୁଛନ୍ତି ମା'ଙ୍କ ଜମି ଚାଷ କରି ତାଙ୍କ ପରିବାର ପ୍ରତିପୋଷଣ କରିବାପାଇଁ କିଛି କିଛି ଜମି ସେହି ସେବକ ମାନଙ୍କୁ ଦିଆଯାଇଥିବା ଗ୍ରାମବାସୀ କହିଥିଲେ | ଯେଉଁ ମାନେ ମା'ଙ୍କ ସେବା ନକରନ୍ତି ପରବର୍ତୀ ସମୟରେ ସେମାନେ ମା'ଙ୍କ ଜମି ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ନିୟମ ରହିଥିବା କଥା ଜାଣିବାକୁ ମିଳିଛି | ମାତ୍ର ଉକ୍ତ ଗ୍ରାମର ଉଛବ ଡାକୁଆ ନାମକ ଜଣେ ସେବକ ପୂର୍ବରୁ ମା'ଙ୍କ ସେବାରେ ରହିଥିବା ସମୟରେ ଗ୍ରାମବାସୀ ସେହି ସେବକଙ୍କୁ ୩୪୦୦ ଡେସିମିଲି ଜମି (୧ ଭରଣା ୧୪ ନୌତି) ଧରାକୋଟ ତହସିଲ ଅଧୀନସ୍ଥ ଜାହଡା ଆରଆଇ ଶାରକିଲ ଅନ୍ତର୍ଗତ ଖାତା ନମ୍ବର ୧୮ ପ୍ଲଟ ନମ୍ବର ୯୯ ଜମି ଚାଷକରି ମା'ଙ୍କ ସେବା କରିବା ପାଇଁ ଦେଇଥିଲେ | ବର୍ତମାନ ବହୁ ବର୍ଷ ହେବ ଉଛବ ଡାକୁଆ କିମ୍ବା ତାଙ୍କ ପରିବାରର ଅନ୍ୟ କୌଣସି ଲୋକ ମା'ଙ୍କ ସେବାରେ ନଥିବା ଯୋଗୁ ଗ୍ରାମ ବସି ଉଛବ ଡାକୁଆଙ୍କ ପୁଅ ଟୁନା ଡାକୁଆଙ୍କୁ ଗ୍ରାମ ସଭାରେ ସମସ୍ତ ଗ୍ରାମବାସୀ ମା'ଙ୍କ ଜମି ଛାଡିବା ପାଇଁ କହିବାରୁ ସେ ମନା କଲେ କହିଲେ ଯେଉଁ ଜମି କଥା କହୁଛନ୍ତି ସେହି ଜମି ତାଙ୍କ ନିଜର ଉକ୍ତ ଜମିର ପଟା ତାଙ୍କ ପିତାଙ୍କ ନାମରେ ଅଛି ତେଣୁ ସେମାନେ ଜମି ଛାଡ଼ିବେ ନାହିଁ | ଉକ୍ତ କଥାକୁ ନେଇ ଗତ କିଛି ଦିନ ହେବ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ଗ୍ରାମବାସୀ ମାନେ ଉକ୍ତ ବିବାଦୀୟ ଜମିରେ କେହିବି ହଳ କିମ୍ବା ଟ୍ରାକ୍ଟର ଦ୍ୱାରା ଚାଷ ନକରିବା ପାଇଁ ବାରଣ କରୀ ଜମିରେ ସୂଚନା ଫଳକ ଲଗାଇଥିବା ଦେଖିବାକୁ ମିଳିଛି | ଏହାର ପ୍ରତିବାଦରେ ଟୁନା ଡାକୁଆ ଏକ ଲିଖିତ ଅଭିଯୋଗ ଧରାକୋଟ ଥାନାରେ ଦେଇଥିବା ଜଣାପଡିଛି | ସେହି କଥାକୁ ଭିତି କରି ଆଜି ସମସ୍ତ ଗ୍ରାମବାସୀ ଧରାକୋଟ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ ଘଟଣାକୁ ନେଇ ଜମି ସ୍ଵାଧୀନରେ ରଖିଥିବା ବ୍ୟକ୍ତିଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


