( ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ, ବ୍ରହ୍ମପୁର )
p- No 7008799547
ବ୍ରହ୍ମପୁର : ସ୍ଥାନୀୟ ଗୁଡସ୍ ସେଡ୍ ରୋଡ୍ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ଚଳିତ ବର୍ଷ ସିବିଏସଇ ଦ୍ବାଦଶ ଶ୍ରେଣୀ ବିଜ୍ଞାନ ରେ ୯୦ ପ୍ରତିଶତ ଏବଂ ବାଣିଜ୍ୟ ପରୀକ୍ଷାରେ ଶତପ୍ରତିଶତ ସଫଳତା ଅର୍ଜନ କରି ଏକ ଉଲ୍ଲେଖନୀୟ ଇତିହାସ ରଚନା କରିଛି। ଛାତ୍ରଛାତ୍ରୀମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସ୍କୁଲର ଗୌରବକୁ ଅନେକଗୁଣ ବଢ଼ାଇ ଶିକ୍ଷାକ୍ଷେତ୍ରରେ ଏକ ନୂତନ ଶିଖରକୁ ପହଞ୍ଚାଇଛି।
ଏହି ପରୀକ୍ଷାରେ ବନ୍ଦନା ଚୌଧୁରୀ ୯୬.୪% ଅଙ୍କ ସହ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ପିୟୁଶ୍ ସିଂହ ୯୩.୬% ଅଙ୍କ ସହ ଦ୍ୱିତୀୟ ସ୍ଥାନ ଏବଂ ଅସ୍କିତା ଅଭିଳାଷ ୯୨.୮% ଅଙ୍କ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଏମ୍. ଆଦିତ୍ୟ ୯୨.୬% ଅଙ୍କ ସହ ଚତୁର୍ଥ ସ୍ଥାନରେ ଥିବାବେଳେ, ପ୍ରୀତିଶ୍ କୁମାର ଷଡଙ୍ଗୀ ୯୦.୪% ଅଙ୍କ ସହ ପଞ୍ଚମ ସ୍ଥାନ ଦାଖଲ କରିଛନ୍ତି। ଏହାସହ ଏମ୍. ଆଦିତ୍ୟ ଜେଇଇ ମେଇନ୍ସ ରେ ୯୯.୬୮ ପର୍ସେଣ୍ଟାଇଲ୍ ହାସଲ କରି ଗଞ୍ଜାମ ଜିଲ୍ଲା ଟପ୍ପର ଭାବେ ସ୍ୱୀକୃତି ଲାଭ କରିଛନ୍ତି।
ଚଳିତ ବର୍ଷ ମୋଟ ୨୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ୯୦% ରୁ ଅଧିକ ଅଙ୍କ ଅର୍ଜନ କରିଥିବାବେଳେ, ୪୬ ଜଣ ୮୦% ରୁ ଅଧିକ ଅଙ୍କ ହାସଲ କରିଛନ୍ତି। ଏହାସହ ୭୦% ରୁ ଅଧିକ ଅଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ୧୦୦ ରୁ ଅଧିକ ରହିଛି। ଏହି ସଫଳତା ସ୍କୁଲର ଶିକ୍ଷାଗତ ଦୃଢତା ଓ ଶିକ୍ଷକମଣ୍ଡଳୀଙ୍କ ନିରନ୍ତର ପ୍ରୟାସର ଜ୍ୱଳନ୍ତ ପ୍ରତିଫଳନ ବୋଲି ମତ ପ୍ରକାଶ ପାଇଛି।
ଏହି ଗୌରବମୟ ଅବସରରେ ସ୍କୁଲର ସଭାପତି ଶ୍ରୀ ପ୍ରଶାନ୍ତ ମହାପାତ୍ର, ସଂପାଦିକା ଶ୍ରୀମତୀ ଅନୀତା କୁମାରୀ ଅଧ୍ୟକ୍ଷା ଶ୍ରୀମତୀ ମଧୂଛନ୍ଦା ମିଶ୍ର, ଉପାଧ୍ୟକ୍ଷା ଶ୍ରୀମତୀ ଚୁମୁକି ପାତ୍ର, ପରୀକ୍ଷା ସଞ୍ଚାଳକ ଶ୍ରୀମାନ ରଞ୍ଜିତ କୁମାର ପଣ୍ଡା ଓ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଯାଇଥିଲା।
ସ୍କୁଲର ପ୍ରଧାନଶିକ୍ଷିକା, ଶିକ୍ଷକମଣ୍ଡଳୀ ଏବଂ ଅଭିଭାବକମାନେ ଏହି ଅଭୂତପୂର୍ବ ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ହୃଦୟଙ୍ଗମ ଅଭିନନ୍ଦନ ଜଣାଇଥିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ୍ ପାଇଁ ଶୁଭେଚ୍ଛା ପ୍ରକାଶ କରିଛନ୍ତି।


