ଧରାକୋଟ ପଞ୍ଚାୟତ ସମିତିରେ ସର୍ବ ଦଳୀୟ ବି.ଏଲ,ଏ ୨ ପ୍ରଶିକ୍ଷଣ କାର୍ଯ୍ୟକ୍ରମ |

ଶଙ୍କର ପାଣିଗ୍ରାହୀ  ମୋ ନିଯୁଜୁ ଓଡିଶା ୩୦/୦୫/୨୦୨୬:- ଆଜି ଧରାକୋଟ ପଞ୍ଚାୟତ ସମିତିରେ ସର୍ବ ଦଳୀୟ ବି.ଏଲ,ଏ ୨ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ ବୈଠକରେ ମୁଖ୍ୟ ପ୍ରଶିକ୍ଷକ ରୂପେ ତହସିଲଦାର ଲମ୍ବୋଦର ମାରାଣ୍ଡି, ମୁଖ୍ୟ ସଚେତକ ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଭବାନୀ ଶଙ୍କର ପ୍ରଧାନ, ଧାରକରେ ବ୍ଲକ ବେଲଫାର ଅଫିସର ଡବ୍ଲୁ.ଇ.ଓ. ଅନନ୍ୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଧରାକୋଟ ବ୍ଲକର ୧୮ଟି ପଞ୍ଚାୟତର ସମସ୍ତ ରାଜନୈତିକ ଦଳ ଦ୍ୱାରା ନିୟୋଜିତ ବି.ଏଲ,ଏ ୨ ମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ଦେଖିବାକୁ ମିଳିଛି | ଉକ୍ତ ପ୍ରସିକ୍ଷଣର ମୁଖ୍ୟ ଉଦେଶ୍ୟ ବର୍ତମାନ ରାଜ୍ୟରେ ଚାଲିଥିବା ଏସ.ଆଇ.ଆର ପ୍ରକ୍ରିୟାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ସହଯୋଗ କରି ଏକ ମାସ ମଧ୍ୟରେ ସମ୍ପୂର୍ଣ କରିବା ତଥା ସ୍ୱର୍ଚ୍ଛ ଓ ସରଳ ଭୋଟର ତାଲିକା ପ୍ରସ୍ତୁତରେ ସହଯୋଗ ପାଇଁ କହିଥିଲେ | ବେଲଫାର ଅଫିସର ଡବ୍ଲୁ.ଇ.ଓ. ଅନନ୍ୟ ପଣ୍ଡା କହିଲେ ବି.ଏଲ.ଓ ମାନେ ବୁଥରେ ଥିବା ସମସ୍ତ ପରିବାର ସଦସ୍ୟଙ୍କୁ ଦୁଇଟି ଲେଖାଏଁ ଫର୍ମ ପ୍ରଦାନ କରିବେ ଓ ପ୍ରତ୍ୟକ ସଦସ୍ୟ ପଚରା ଯାଇଥିବା ନିଜ ନିଜ ତଥ୍ୟ ପୁରାଣ କରିବା ସହ ପାଖରେ ଗୋଟିଏ ଫର୍ମ ରଖିବେ ଓ ଦୁଇଟି କାଳର ଫୋଟ ସହ ଦସ୍ତଖତ କରି  ଗୋଟିଏ ଫର୍ମ ବି.ଏଲ.ଓ ଙ୍କୁ ପ୍ରଦାନ କରିବେ | ଯଦି କେଉଁ ବ୍ୟକ୍ତି ବିଦେଶରେ ଅଛି ଏହି ଏକ ମାସ ମଧ୍ୟରେ ଗ୍ରାମକୁ ଆସିପାରିବ ନାହିଁ ତେବେ ଉକ୍ତ ଫର୍ମରେ ଭୋଟର ତାଲିକାରେ ନାମ ଥିବା ପରିବାରର ଯେକୌଣସି ବ୍ୟକ୍ତି ଉକ୍ତ ଫର୍ମରେ ଦସ୍ତଖତ କରି ବି.ଏଲ.ଓ ଙ୍କୁ ପ୍ରଦାନ କରିବେ ଓ ପରିବାରର ସମସ୍ତ ବ୍ୟକ୍ତି ଯଦି ବିଦେଶରେ ଅଛନ୍ତି ତେବେ ସେମାନେ ଏହି ଏକ ମାସ ମଧ୍ୟରେ ଆସି ନିଜ ଫର୍ମ ପୁରମ କରି ନିଜ ଦସ୍ତଖତ ସହ ବି.ଏଲ.ଓଙ୍କୁ ପ୍ରଦାନ କରିବେ | ବିଦେଶୀ ନାଗରିକ ମାନଙ୍କ ନାମ ଭୋଟର ତାଲିକାରୁ ବାଦ କରିବାପାଇଁ ସୂଚନା ବି.ଏଲ.ଓଙ୍କୁ ପ୍ରଦାନ କରାଯାଇଛି |ଯେଉଁ ବ୍ୟକ୍ତି ମାନଙ୍କ ଅନ୍ୟତ୍ର ଭୋଟର ତାଲିକାରେ ନାମ ଅଛି ଓ ସେହି ବୁଥରେ ବି ନାମ ଅଛି ତେବେ ତାଙ୍କ ଇଛା ଅନୁସାରେ ଯେକୌଣସି ଗୋଟିଏ ଜାଗାରୁ ନାମ କାଟିବା ପାଇଁ ସୂଚନା ଦେବା ସହ ଯଦି କୌଣସି ବ୍ୟକ୍ତିଙ୍କ ନାମ ଭୋଟର ଲିଷ୍ଟରେ ଯୋଡି ହୋଇପାରିନାହିଁ ତେବେ ଉକ୍ତ ବ୍ୟକ୍ତିଙ୍କୁ ପୁଣି ପ୍ରମାଣ ପତ୍ର ସହ ଅଭିଯୋଗ ଦାଖଲ କରିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

          ମୋ ନିଯୁଜୁ ଓଡିଶା

Post a Comment

Previous Post Next Post