ନାହିଁ ନାହିଁ ରେ ଚାଲିଛି ଫିରିଙ୍ଗିଆ ବ୍ଳକରେ ପାନୀୟ ଜଳ ସମସ୍ୟା ଉତ୍କଟ: ପାଣି ଟୋପାଏ ପାଇଁ ଡହଳବିକଳ ଆଦିବାସୀ ପରିବାର ..?


ଫିରିଙ୍ଗିଆ:୨୭/୦୫/୨୦୨୬.                      

(କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ )                                     କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ବାଲନ୍ଦାପଡ଼ା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗଲଡ଼କା ଗ୍ରାମର ଟଣସୁପଙ୍ଗା ସାହିରେ ବିଶୁଦ୍ଧ ପାନୀୟ ଜଳ ଅଭାବରେ ଆଦିବାସୀ ପରିବାର ଚରମ ଦୁର୍ବିସହ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି। କୂଅ ପାଣି ଉପରେ ନିର୍ଭର କରିବା ଫଳରେ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।ଟଣାସୁପଙ୍ଗା ସାହିରେ (୧୫) ଉର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରନ୍ତି। ଯାହା ଫଳରେ ଗ୍ରାମବାସୀ ପିଲାଠାରୁ ବୃଦ୍ଧା କୂଅ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ, ବିଧାୟକଙ୍କ ଜନଶୁଣାଣୀ ଓ ସଂମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଏ ବାବଦରେ ବାରମ୍ବାର ଅଭିଯୋଗ କରି ଆସୁଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉନାହିଁ। ସେମାନଙ୍କ କହିବା ଅନୁଯାୟୀ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରୟାସ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମ ବିଶୁଦ୍ଧ ପାନୀୟ ଜଳ ଯୋଜନା ଫେଲ୍ ହେଇଛି।ଜନପ୍ରତିନିଧି ଓ ଅଧିକାରୀଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ କେବଳ କାଗଜପତ୍ରରେ ସିମୀତ ରହି ଯାଉଛି। ଫିରିଙ୍ଗିଆ ବ୍ଳକରେ ଅନେକ ପଞ୍ଚାୟତ ର ଅନେକ ଗାଁ ଅଛି ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି ବୋଲି ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ପାନୀୟ ଜଳ ସଙ୍କଟ ଦେଖାଯାଉଛି। ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୂଷିତ ଅନୁପଯୁକ୍ତ ପାଣି ପିଇବା ଫଳରେ ବିଭିନ୍ନ ରୋଗର ପ୍ରକୋପ ବଢ଼ୁଛି। ଯାହା ଗ୍ରାମବାସୀଙ୍କ ପାଇଁ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି।ଏ ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି କହିଛନ୍ତି ଗ୍ରାମବାସୀ। ଏନେଇ ଫିରିଙ୍ଗିଆ ବ୍ଳକ ବିଭାଗୀୟ ଯନ୍ତ୍ରୀ ଯୋଗାଯୋଗ କରିଥିଲେ ସତ୍ତ୍ୱେ ଯୋଗାଯୋଗ ହୋଇ ପାରିନାହିଁ। ତେଣୁ ଟଣାସୁପଙ୍ଗା ସାହିରେ ଏକ ନୂତନ ନଳକୂପ ଖୋନନ କରିବା ନିମନ୍ତେ ଲିଟୁନ ଦିଗାଲ,ସମକା ଦିଗାଲ, ଅଚ୍ୟୁତ ଦିଗାଲ,ମୋହନ ଦିଗାଲ,ସାବତ ଦିଗାଲ,ରଣମତୀ ଦିଗାଲ, ମମତା ଦିଗାଲ,ପଞ୍ଚୁ ଦିଗାଲ, ଡ୍ରମ୍ବୁ ଦିଗାଲ ସମେତ ଗଙ୍ଗଲଡ଼କା ୱାର୍ଡର ୱାର୍ଡ ମେମ୍ବର ଶିବ ଦିଗାଲ ଦାବି କରିଛନ୍ତି। ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ କରା ନ ଯାଏଁ ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଗ୍ରାମବାସୀ।ଖବର ପ୍ରସାରଣ ପରେ ସଂମ୍ପୃକ୍ତ କତ୍ତୃପକ୍ଷ କେଉଁ ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

Post a Comment

Previous Post Next Post