ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଲେଙ୍ଗମା ୨୦/୦୫/୨୦୨୬:-ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ପଞ୍ଚାୟତ ଅଧିନସ୍ଥ ଲେଙ୍ଗମା ଗ୍ରାମର ଝିଅ ଝାନସୀ ନାୟକ ପିତା ସ୍ବର୍ଗତ ମନୋରଞ୍ଜନ ନାୟକଙ୍କ ଝିଆ ଦ୍ୱାଦଶ ପରୀକ୍ଷାରେ ଆଣିଲେ ଅଞ୍ଚଳ ପାଇଁ ଗୌରବ |ଭୁବନେଶ୍ୱର ସ୍ତିତ କିସ କଲେଜରେ ଧନ୍ଦା ମୂଳକ ଶିକ୍ଷା ଗ୍ରହଣ କରି କିସ କଲେଜର ୬୦୦ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୁର୍ଣ ମାର୍କ ୬୦୦ ରୁ ରଖିଛନ୍ତି ୫୦୫ ମାର୍କ | ଜାଣିବାକୁ ମିଳିଛି କିସ କଲେଜର ଧନ୍ଦା ମୂଳକ ଛାତ୍ର ଛାତ୍ରୀ ୬୦୦ ପିଲାଙ୍କ ମଧ୍ୟରେ ଦୁତୀୟା ସ୍ତନ ଅଧିକାର କରିଛନ୍ତି ଝାନସୀ |ଆଗକୁ ସମାଜ ସେବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିବାପାଇଁ ଝାନସୀ ଇଛା ରଖିଥିବା ବେଳେ ଏଭଳି ପରିବାରକୁ ସରକାରଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଲୋକେ କହିଲେ | ଦଶମ ପଢିବା ସମୟରେ ଘୋଟି ଯାଇଥିଲା ତାଙ୍କ ପରିବାରରେ କଲା ଅନ୍ଧକାର, ଅନ୍ଧକାର ରାତିରେ କୌଣସି କାରଣ ବସତହ ବନ୍ଧରେ ବୁଡି ବାପାଙ୍କ ଘଟିଥିଲା ମୃତୁ | ବାପା ନଥିବା ଜଣେ ଗରିବ ପରିବାରର ଝିଆ ଗାଁରୁ ଦୂରରେ ରହି ଅତ୍ୟନ୍ତ ପରିଶ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବନ୍ଧୁ ବର୍ଗ,ଗ୍ରାମରେ ଓ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ମାତ୍ର ପରିବାରରେ ନାହିଁ ଖୁସି ସମସ୍ତଙ୍କ ମନରେ ଗୋଟିଏ କଥା ବାପା ଥିଲେ ହୋଇଥାନ୍ତେ ଖୁସି | ୨୦୨୩ରେ ପାଣିରେ ପଡି ବାପାଙ୍କ ଦେହାନ୍ତ ଘଟିଥାବା ବେଳେ ବର୍ତମାନ ସୁଦ୍ଧା ସରକାରୀ ଅନୁଦାନ ପାଇବାରୁ ବଞ୍ଚିତ ଉକ୍ତ ଗରିବ ପରିବାର | ସରକାରୀ ଅନୁକମ୍ପା ରାଶି ପାଇବା ପାଇଁ ଅନେକ ଥର ପ୍ରଶାସନ ନିକଟକୁ ଦୌଡ଼ି ନିରାଶ ହୋଇଛନ୍ତି ମା" |ଫାଇଲ କେହି ନେବା ପାଇଁ ରାଜି ନ ହୋଇ ଏପଟ ସେପଟ କଥା କହି ଫେରାଇ ଦେଉଥାନ୍ତି ତାଙ୍କୁ କେହି ଶୁଣିଲେନି ତାଙ୍କ ଦୁଃଖ | ସରଳୀ ମା" ଟି ନିଜ ଦୁଇ ଝିୟାଙ୍କୁ କିଭଳି ମଣିଷକରିବା ଚିନ୍ତାରେ କଠିନ ପରିଶ୍ରମ କରି ଓ ପରିବାର ଲୋକଙ୍କ ସାହାଯ୍ୟରେ ଝିଆ ଦୁଇଙ୍କୁ ପାଠ ପଢାଇବାରେ ସାହସ ଦେଖାଇଲେ | ବର୍ତ୍ତମାନ ସୁଦ୍ଧା ଦୁଇ ଝିୟାଙ୍କୁ ମିଳିନି ସୁକନ୍ୟା ରାଶି କି ମିଳିନି ରାସନ କାର୍ଡ କି କୌଣସି ସରକାରୀ ସୁବିଧା | ଦୁଇ ବେଳା ମୁଠାଏ ଖାଇବା ଯୋଗାଡ଼ିବା ପାଇଁ ଜଙ୍ଗଲରୁ ପତ୍ର ଆଣି ସିଲେଇ କରୁଛନ୍ତି ଖାଲି | ରହିବା ଘରକୁ ବି ସଜାଡି ପାରିନାହାନ୍ତି ଝିୟାଙ୍କ ମା |ଯେଉଁ ପରିସ୍ଥିତିରେ ସରକାରଙ୍କ ସାହାଯ୍ୟ ଦରକାର ତାହା ମିଳିପାରିଲା ନାହିଁ |କେବେ ଖୋଲିବା ସରକାରଙ୍କ ଆଖି ? କେବେ ମିଳିନ ପାଣିରେ ପଡି ମୃତୁ ଘଟିଥିବା ସରକାରୀ ଅନୁଦାନ ଦେଖିବାକୁ ବାକି ରହିଲା |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


