ବଟି ମାଗିବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ, ୬ ଆହତ

 


ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଛକରେ ଦୁଇ ଗୋଷ୍ଟି ମଧ୍ଯରେ ସଂଘର୍ଷ ଘଟିଛି । ଆକ୍ରମଣ ରେ ଉଭୟ ଗୋଷ୍ଟିର ଛଅ ଆହତ ହୋଇଥିବା ବେଳେ ତିନି ଜଣଙ୍କୁ ଆସିକା ଏବଂ ଅନ୍ୟ ତିନି ଆହାତ କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି l ଆକ୍ରମଣ ର ପ୍ରକୃତ କାରଣ ଅଶ୍ବଷ୍ଟ ରହିଥିବା ବେଳେ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ସଂଘର୍ଷ ହୋଇଥିବା ଜଣାପଡିଛି l ଗୋଟିଏ ଗୋଷ୍ଠୀ ଗୁଡ଼ିଆଳି ଛକ ଉପରେ ଜଳଖିଆ ଦୋକନକରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ସେହି ସ୍ଥାନରୁ ଦୋକାନ ଉଠାଇବା ସହ ବଟି ମାଗୁଥିବା ଅଭିଯୋଗ ହୋଇଛି l ବାରମ୍ବାର ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ସଂଘର୍ଷ ଘଟିଥିଲା l ଉଭୟ ଗୋଷ୍ଠୀ ମାରଣାସ୍ତ୍ର ରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିବା ବେଳେ ରସ୍ତା ଉପରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା l ଆକ୍ରମଣ ପରେ ଉଭୟ ଗୋଷ୍ଠୀ ର ଆହାତ ମାନଙ୍କୁ ସ୍ଥାନୀୟ ଲୋକେ ମେଡିକାଲ ରେ ଭର୍ତି କରିଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l


Post a Comment

Previous Post Next Post