କୁଲାଗଡ଼ ଗ୍ରାମର ଶ୍ରୀଶ୍ରୀମା କାଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମିଳନୀ ଅନୁଷ୍ଠିତ |

 


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା କୁଲାଗଡ଼ ୦୧/୦୨/୨୦୨୬ :- ଆଜି ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମର ଶ୍ରୀଶ୍ରୀମା କାଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମିଳନୀ ଓ ଅର୍ଣ୍ଣ ଯଜ୍ଞର ଆୟୋଜନ ବଡ ଆଡମ୍ବର ସହ ହୋଇଯାଇଛି |ସକାଳ ୧୦ ଘଣ୍ଟା ସମୟରେ ସହ ସହ ମହିଳାଙ୍କ ସଂକୀର୍ତନ ଦଳଙ୍କ ସହ ପାଖାପାଖି ଅଞ୍ଚଳରୁ ଆସିଥିବା ହିନ୍ଦୁ ଭାଇ ମାନଙ୍କ ମିଳିତ ଭାବେ ନଗର ପରିକ୍ରମା କରିଥିବା ଦେଖିବାକୁ ମିଳିଛି |ଉକ୍ତ ସମିଳନୀରେ   ଶତାଧିକ ମହିଳାଙ୍କ ଦ୍ୱାରା ଅତି ସୁନ୍ଦର ଭାବେ ନାମ ପରିବେଷଣ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମଟି ବିଶ୍ବ ହିନ୍ଦୁ ପରିଷଦର ସଂଘ ଶତାଦ୍ଧି ଅବସରରେ ହିନ୍ଦୁତ୍ୱ ଜାଗରଣ ଉଦ୍ୱେସରେ ହିନ୍ଦୁ ସମ୍ୱିଳିନୀ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ ସମିଳନୀର ମୁଖ୍ୟ ଅତିଥି ରୂପେ କରଚୁଲି ମଠ ମହନ୍ତ ସତ୍ୟାନନ୍ଦ ଗିରି ମହାରାଜ, ସମ୍ମାନିତ ଅତିଥି ପୂର୍ଣାନନ୍ଦ ସ୍ୱାମୀ ଶ୍ରୀ ସନ୍ତୋଷ ପାତ୍ର ,ମୁଖ୍ୟ ବକ୍ତା ଦେଶ ଭକ୍ତ ଶ୍ରୀ ହର ସ୍ୱାଇଁ ,ସଭାପତି ଶ୍ରୀ ରାଜେନ୍ଦ୍ର ପଣ୍ଡା,ସାକ୍ଷାତକର ହୀନ ଗୌଡ଼,ସରପଞ୍ଚ ବୃନ୍ଦାବନ ଗୌଡ଼,ଗହଣ ଦଳ ଅଧିକାରୀ ନିରଞ୍ଜନ ବାଡ଼ତ୍ୟା ଓ କୃଷ୍ଣ ସାହୁ,ଜୁରୀନାଥ ସ୍ୱାଇଁ, ସିମାଞ୍ଚଳ ସେନାପତି,ସନ୍ତୋଷ ସାହୁ ଓ କିଶୋର ଗୌଡ଼ ସମେତ ଅନେକ ଅଞ୍ଚଳ ବାସି ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଗିରି ମହାରାଜ ହିନ୍ଦୁ ଧର୍ମ ଓ ନୀତି ବିଷୟରେ ବୁଝାଇଥିବା ବେଳେ,ଶ୍ରୀ ସନ୍ତୋଷ ପତ୍ର ମନୁଷ୍ୟର ଚରିତ୍ର ଗଠନ ବିଷୟ କହିଥିଲେ, ଶ୍ରୀ ହର ସ୍ୱାଇଁ ହିନ୍ଦୁ ଧର୍ମ ଏବଂ ଭାରତୀୟ ସମାଜକୁ ଉନ୍ନତ କରିବା ପାଇଁ "ପଞ୍ଚ ପରିବର୍ତ୍ତନ" ର ବ୍ୟାପକତା ବିଷୟରେ ପାଞ୍ଚଟି ପ୍ରମୁଖ କ୍ଷେତ୍ର ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ପ୍ରତିଜ୍ଞା, ଯାହାର ଲକ୍ଷ୍ୟ ହେଉଛି ଦେଶକୁ ଆତ୍ମନିର୍ଭରଶୀଳ, ସଂସ୍କୃତିସମ୍ପନ୍ନ ଏବଂ ସମନ୍ୱିତ କରିବା ଭଳି କାର୍ଯ୍ୟକ୍ରମ ଓ କିଛି ନିଜକୁ ହେତୁ ବାଦି କହୁଥିବା ଦୋମୁହାଁ ହିନ୍ଦୁଙ୍କ ବିଷୟରେ କହିଥିଲେ |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

           ମୋ ନିଯୁଜୁ ଓଡିଶା

Post a Comment

Previous Post Next Post