ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ମାଣିକ୍ୟପୁର ୩୧/୦୧/୨୦୨୬:-ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ମଥୁରା ଶନିଶ୍ଚର ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ବହୁ ଆଡମ୍ବର ସହକାରେ ମନ୍ଦିର କମିଟିଙ୍କ ଦ୍ୱାରା ୧୨୧ ଶନିଶ୍ଚର ମେଳେ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ ମେଳାରେ ୧୨୧ ଜଣ ଭକ୍ତ ନିଜ ମନ କାମନା ପୁର୍ଣ ଅଭିଳାଷ ମନାସି ଅଗ୍ରିମ ନିଜ ନାମ ଲେଖାଇ ମେଳାରେ ଭାଗ ନେଉଥିବା ଦେଖିବାକୁ ମିଳିଛି | ଏହି ଶନି ମନ୍ଦିରକୁ ଯେଉଁ ଭକ୍ତ ମାନେ ଶନିଦେବଙ୍କ ଦର୍ଶନ କରିବା ପାଇଁ ଆସନ୍ତି ଶନିଦେବ ସେମାନଙ୍କ ସମସ୍ତ ମନୋ କାମନା ପୁର୍ଣ କରୁଥିବା ସୂଚନା ଦେଇଥିଲେ ଭକ୍ତ ମାନେ | ଏହି ମନ୍ଦିରଟି ସାରା ଅଞ୍ଚଳରେ ବିଖ୍ୟାତ ହୋଇଥିବା ବେଳେ ବହୁ ଦୂର ଦୂରାନ୍ତରୁ ଅନେକ ଭକ୍ତ ନିଜ ନିଜ ମନୋ କାମନା ନେଇ ଶନିଦେବଙ୍କ ଦର୍ଶନ ନିମନ୍ତେ ଆସୁଥିବା ଦେଖିବାକୁ ମିଳିଛି | ଏହି ମନ୍ଦିରଟି ମଥୁରା ବ୍ରହ୍ମଶାସନ ଭିତରେ ପରିଚାଳିତ ହେଉଥିବା ବେଳେ ଏହାର ଏକ ବଡ ଇତିହାସ ରହିଥିବା ସୂଚନା ମିଳିଛି | ମନ୍ଦିରର ମୁଖ୍ୟ ପୂଜକଙ୍କ କହିବା ଅନୁସାରେ ଗତ ୧୪ବର୍ଷ ପୂର୍ବେ ମନ୍ଦିର ଥିବା ସ୍ଥାନରେ ମଥୁରା ଗ୍ରାମର ଜଣେ ବ୍ରାହ୍ମଣଙ୍କ ବେହନ୍ତା ଘଟିଥିଲା ଏବଂ ସେହି ସ୍ଥାନରେ ଏକ ବିରାଟ ଶନି ବୃକ୍ଷ ରହିଥିଲା | ମଥୁରା ଗ୍ରାମର ବାସୁଦେବ ସତ୍ପଥୀ ନାମଙ୍କ ଜଣେ ଦିବ୍ୟ ଆତ୍ମାଙ୍କୁ ବାରମ୍ବାର ସ୍ବପ୍ନ ହୋଇଥିଲା | ଗ୍ରାମର କିଛି ଲୋକଙ୍କୁ ସ୍ବପ୍ନ କଥା କହିବାରୁ ଲୋକେ ସତ କଲେନାହିଁ ମାତ୍ର ଜଣେ ବ୍ୟକ୍ତି ତାଙ୍କ କଥାକୁ ବିଶ୍ୱାସ କରି ସେହି ସ୍ଥାନକୁ ଯାଇ ଦେଖିବାପାଇଁ କହିଲେ ଯଦି ସ୍ବପ୍ନ ପ୍ରମାଣିତ ହୁଏ ତେବେ ଉକ୍ତ ଶିଳା ନେଇ ଆସିବା ପାଇଁ କହିଲେ । ଗ୍ରାମ ବାସୀଙ୍କ ମନସ୍ଥ ଅନୁସାରେ ପ୍ରେମାନନ୍ଦ ବାସୁଦେବ, ଦିଲୀପ ହୋତା, କାଶୀରାମ ଶତପଥୀ ସମେତ କିଛି ଲୋକଙ୍କୁ ସାଙ୍ଗରେ ନେଇ ସେହି ଗ୍ରାମରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସବା ପଞ୍ଚାୟତର ଲୁଣୁଝୁଣି ନାଳ ପାଖରେ ଯାଇ ଦେଖିଲେ ସ୍ବପ୍ନ ଅନୁସାରେ ଏକ ତୁଳସୀ ବଣ ମଝିରେ ଗୋଟିଏ ଶିଳା ବିରାଜିତ ଅଛନ୍ତି | ସେହି ଶିଳାକୁ ଘେରି ଏକ ପାର୍ବତ୍ୟ ନାଗସର୍ପ ଥିବା ଦେଖି ସ୍ବପ୍ନ ସାତ କହି ସେହି ସ୍ଥାନରୁ ଶନିଦେବଙ୍କୁ ପୂଜାର୍ଚ୍ଚନା କରି ମଥୁରା ଗ୍ରାମକୁ ଅଣା ଯାଇଥିବା ଜଣା ପଡ଼ିଛି ।ସମୟ କ୍ରମେ ସେହି ସ୍ଥାନରେ ଧୀରେ ଧୀରେ ଗ୍ରାମ ବସି ମାନେ ଅଞ୍ଚଳ ବାସୀଙ୍କ ସହାୟତାରେ ଏକ ମନ୍ଦିର ସ୍ଥାପନ କରି ଶନି ଦେବଙ୍କ ପୂଜା ଅର୍ଚନା ଜାରିରଖିଲେ | ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁରିବାକୁ ଲାଗିଲା | ମନ୍ଦିର ସ୍ଥାପନର କିଛି ବର୍ଷ ପରେ ସ୍ବପ୍ନ ହୋଇଥିବା ଦିବ୍ୟ ଆତ୍ମା ବାସୁଦେବ ସତ୍ପଥୀଙ୍କ ସ୍ୱର୍ଗ ଗାମୀ ଘଟିଲା କିନ୍ତୁ ବର୍ତମାନ ତାଙ୍କ ଦିବ୍ୟ ଆତ୍ମା ଉକ୍ତ ମନ୍ଦିରରେ ପୂଜା ପାଉଥିବା ସୂଚନା ମିଳିଛି | ଭକ୍ତଙ୍କ ସୂଚନା ଅନୁସାରେ ଯେଉଁ ଭକ୍ତ ଶନି ଦେବଙ୍କ ସରଣରେ ଆସନ୍ତି ନିଶ୍ଚୟ ଶନି ଦେବ ସମସ୍ତ ଭକ୍ତଙ୍କ ମନୋକାମନା ପୁର୍ଣ କରନ୍ତି | ||ଜୟ ଶନି ଦେବ||
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


