ଟ୍ରାକ୍ଟର ପଡି ତଳେ ଚାପି ହୋଇ ଶ୍ରମିକଙ୍କ ଗଲା ଜୀବନ l ସ୍ଥାନୀୟ ଲୋକଙ୍କ ଉତ୍ତେଜନା ରାସ୍ତା ଅବରୋଧ l

ଶଙ୍କର ପାଣିଗ୍ରାହୀ ମାଣିକ୍ୟପୁର ତା ୦୫ /୦୧/୨୦୨୬ ସୋମବାର :- ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ସ୍ତିତ ଦୁର୍ଗାମାଧବପୁରା ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଅଘଟଣ l ଶ୍ରମିକଙ୍କ ଉପରେ ପଡିଗଲା ଟ୍ରାକ୍ଟର ଶ୍ରମିକ ମୃତ l ମୃତ ଶ୍ରମିକ ଜଣଙ୍କ ହେଲେ  ୪୦ ବର୍ଷୀୟ ଜିତେନ୍ଦ୍ର ବିଷୋୟୀ,ଘର ମାଣିକ୍ୟପୁର l ସୂଚନା ଅନୁସାରେ ମନ୍ଦିର ତିଆରି ପାଇଁ ଗୋଟିଏ ଟ୍ରାକ୍ଟରରେ ସିମେଣ୍ଟ ବୋଝେଇ ହୋଇ ଆସିଥିଲା ସେହି ଶ୍ରମିକ ଜଣଙ୍କ ଟ୍ରକରୁ ସିମେଣ୍ଟକୁ ଓଲ୍ହାଇ ଥିଲେ l ପରେ ରାସ୍ତା ଉପରେ ଥିବା ଟ୍ରାକ୍ଟର ଟିକୁ ନିଜେ ଧୋଇବାକୁ ନେବା ବେଳେ ଅସାବଧାନତା ଯୋଗୁଁ ଟ୍ରାକ୍ଟରଟି ରାସ୍ତା ତଳକୁ ଖସି ପଡିବାରୁ ଶ୍ରମିକ ଜଣଙ୍କ ଟ୍ରାକ୍ଟର ତଳେ ପଡିଯିବାରୁ ଚାପି ହୋଇଯାଇ ଗୁରୁତର ହୋଇଥିଲେ l ଗୁରୁତର ଶ୍ରମିକକୁ ହସ୍ପିଟାଲ୍ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିବା ଦେଖି ସ୍ଥାନୀୟ ଲୋକେ ଶ୍ରମିକ ଜଣଙ୍କୁ ନିକଟସ୍ଥ ମାଣିକପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ ଡାକ୍ତରଙ୍କ ଅନୁପସ୍ଥିତ ବେଳେ ଶ୍ରମିକ ଜଣଙ୍କ ମୃତ୍ୟୁ ବରଣ କରିଥିଲେ l ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା l କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ରୋକ କରଛନ୍ତି l ଘଟଣା ସ୍ଥଳରେ ବଡ଼ଗଡ଼ ପୋଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝା-ସୁଝା କରିବା ସହ ଘଟଣାର ତଦନ୍ତ କରିଥିବା ଜଣାପଡିଛି |ସୂଚନା ମୁତାବକ ମାଣିକ୍ୟପୁର ଡାକ୍ତର ଖାନରେ ଦୀର୍ଘ ଦିନ ଧରି ଡାକ୍ତରଙ୍କ ଅନୁପସ୍ଥିତ ରହିବ ଓ କମ୍ପଉଣ୍ଡର ଲୋକଙ୍କ ଚିକିଛା କରିବା ଭଳି ଘଟଣା, ଡାକ୍ତର ଖାନରେ   ଆମ୍ବୁଲାଙ୍କ ସେବା ସୁବିଧା ଯୋଗାଇ ଦେବାପାଇଁ ଦାବି ଓ ମୃତକ ପରିବାରକୁ ସହାୟତାରେ  ଜିଦରେ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି | ଦୀର୍ଘ ୮ ଘଣ୍ଟା ରାସ୍ତା ରୋକ ପରେ ସ୍ଥାନୀୟ ଲୋକଙ୍କ ଥିବା ଦାବିର ପୁର୍ଣ ଛେଦ ପଡିଥିବା ଦେଖିବାକୁ ମିଳିଛି |  ଯେ ଭଳି ତୁରନ୍ତ ଆମ୍ବୁଲାନସ ଯୋଗାଇଦେବା ଓ ଡାକ୍ତରଙ୍କୁ ତାଗିତ କରିବା ମୃତକ ପରିବାରକୁ  ରେଡି କ୍ରସ ପାଣ୍ଠିରୁ ତହସିଲ ଦରଙ୍କ ଜରିଆରେ ୩୦ ହଜାର, ପଞ୍ଚାୟତ ତରଫରୁ ଶବ ସଂସ୍କାର ପାଇଁ ୩ ହଜାର,ଡାକ୍ତର ନିଜ ପଟରୁ ଗୋଟିଏ କିମ୍ବା ଦୁଇ  ମାସର ଦରମା ଦେବା ପାଇଁ ଜଣାଇଥିବା ସୂଚନା ମିଳିଛି ଓ ଉକ୍ତ ମୃତକ ପରିବାରର ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ପରେ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଲିଖିତ ଆକାରରେ ତହସିଲ ଦରଙ୍କୁ ଦେଇଥିବା ବେଳେ ସହଯୋଗ ପାଇଁ  ଅନୁରୋଧ କରିଥିଲେ | ରାସ୍ତା ରୋକ ହଟିବ ପରେ ସ୍ୱର୍ଗ ଦ୍ୱାରା ଗାଡି ମାଧ୍ୟମରେ ସବା ବ୍ୟବଚ୍ଛେଦ ପାଇଁ ଆସ୍କା ସ୍ୱାସ୍ଥ୍ୟ କାନ୍ଦ୍ରା ପଠାଯାଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବିୟା ଜଣ ପଡିଛି |   

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post