ସରକାରୀ ନିର୍ଦେଶ କ୍ରମେ ବଳରାମପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅଭିଯୋଗ ମାଳ ମାଳ |

 


ଶଙ୍କର ପାଣିଗ୍ରାହୀ ମାଣିକ୍ୟପୁର ତା ୦୫ /୦୧/୨୦୨୬ ସୋମବାର :- ଆଜି ବଳରାମପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମଟି ବଳରାମପୁର ପଞ୍ଚାୟତ ଭାବନା ଠାରେ  ଅନୁଷ୍ଠିତ ହୋଇଥିବା ବେଳେ ସକାଳ ୧୦:୦୦ ଘଣ୍ଟାରେ ଆରମ୍ଭ ହୋଇ ପ୍ରାୟ ଦିନ ୨:୦୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା |କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକର ସମସ୍ତ ବିଭାଗର କାର୍ଯ୍ୟରତ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ତହସିଲଦାର, ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ,ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ,ସିଡିପିଓ ମାଡାମ,ପଶୁ ଅଧିକାରୀ,ଗୃହ ବିଭାଗ,ଶ୍ରମ ଅଧିକାରୀ,କୃଷି ଅଧିକାରୀ,ଯୋଗାଣ ଅଧିକାରୀ,ନାଗରିକ ସୁରକ୍ଷା ଅଧିକାରୀ,ଶକ୍ତି ବିଭାଗ,ରାଜସ୍ବ ବିଭାଗ,ସ୍ୱାସ୍ଥ୍ୟ ଅଧିକାରୀ,ପୋଲିସ ଅଧିକାରୀ,ପଞ୍ଚାୟତ ପି.ଓ,ଏ.ଡି.ଓ, ସ୍ୱାସ୍ଥ୍ୟ କର୍ମୀ, ଗଣ ମାଧ୍ୟମ ଓ ସ୍ଥାନୀୟ ସରପଞ୍ଚ,ନ୍ୟାୟ ସରପଞ୍ଚ,ସମିତି ସଭ୍ୟ ଓ ଅନେକ ସ୍ବେଚ୍ଛାସେବୀଙ୍କ ସହ ଅନେକ ବରିଷ୍ଠ ରାଜନେତା କର୍ମୀଙ୍କ ମିଳିତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି ସରକାରଙ୍କ ଏଭଳି ଜନ ଶୁଣାଣି କାର୍ୟ୍ଯକରମର ମୁଖ୍ୟ ଉଦ୍ଧେଷ୍ୟ ଲୋକଙ୍କ ସମସ୍ୟାକୁ ମୂଳରୁ ଉତ୍ପାଟନ କରିବା ଏବଂ ସମସ୍ତ ସରକାରୀ ସୁବିଧା ଲୋକଙ୍କ ପାଖକୁ ସୁବିଧାରେ ପହଞ୍ଚାଇବା |ଉକ୍ତ କାର୍ଯ୍ୟକ୍ରମର ସୂଚନା ସଠିକ ସମୟରେ ଲୋକଙ୍କ ନିକଟରେ ସଠିକ ସମୟରେ ପହଁଚି ନଥିବା ସୂଚନା ମିଳିଛି ତେଣୁ ଏତେ ସୁନ୍ଦର କାର୍ଯ୍ୟକ୍ରମରେ ମାତ୍ର ୪୪ ଜଣ ଅଭିଯୋଗ କାରି ପହଁଚି  ଅଭିଯୋଗ ଦାଖଲ କରିଥିବା ସହ ମାତ୍ର ୧୦ ଜଣଙ୍କ ତତ୍କାଳ ସମାଧାନ ହୋଇଥିବା ସୂଚନା ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଦେଇଥିଲେ |ସମସ୍ୟା ମଧ୍ୟରେ ଲୋକଙ୍କୁ ବାର୍ଦ୍ଧକ୍ୟ ଭାତ,ରାସନ କାର୍ଡ,ପି.ମ.ଆବାସ,ସାମୁହିକ ସମସ୍ୟା ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଛି ଉକ୍ତ ମଧ୍ୟରୁ ବଳରାମପୁର ପଞ୍ଚାୟତର ଅନେକ ଦୁର୍ନୀତି ଘଟିଥିବା ଅଭିଯୋଗ ଥିବା ବେଳେ ତାହାର ତଦନ୍ତ ପାଇଁ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ ବୋଲି ଚର୍ଚା ଚାଲୁଥିବା ସୂଚନା |ଯେଉଁ କାର୍ଯ୍ୟ କ୍ରମରେ ସମସ୍ତ କର୍ମଚାରି ନିଜ ହେଡ଼କ୍ଵାଟର ଛାଡି ସାରା ଦିନ ସମୟ ଅତିବାହିତ କରି ଲୋକ ସେବାରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମାଧାନ କରିବାରେ ସଫଳତା ହାସିଲ କରିଥିବା ଦେଖିବାକୁ ମିଳିଛି |ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ସେମାନଙ୍କ କହିବା କଥା ଯଦି ସଠିକ ଭାବେ ଏହି କାର୍ଯ୍ୟକ୍ରମ କରାଯାଏ ନିଶ୍ଚୟ ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ |      

  ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post