ଦର୍ଶକଙ୍କ ଭିଡ଼ ମଧ୍ୟରେ ପାଳିତ ମହାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା.


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ପ୍ରବଳ ଜନଗହଳି ମଧ୍ୟରେ ଆୟୋଜିତ ହୋଇଛି 13ତମ ମହାନଗର ମହୋତ୍ସବର ତୃତୀୟ ରଜନୀ. ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 13 ତମ ମହାନଗର ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ପ୍ରଥମେ ଉପସ୍ଥାପନା ହୋଇଥିଲା କବିତା ଆସର. ଏହି ଅବସରରେ ଅମୁଲ୍ୟ ଆମ ସାହିତ୍ୟ, ଆସିକା ପକ୍ଷରୁ ସମ୍ପାଦକ ରତ୍ନାକର ସିୟ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା କବିତା ଆସର. ଏଥିରେ 30ଜଣ କବି, କାବ୍ୟୟତ୍ରୀ ନିଜ ନିଜ ସ୍ୱରଚିତ କବିତା ପାଠ କରିଥିଲେ. କବି ସାମ୍ପ୍ରତିକ ଯୁଗପୋଯୋଗୀ ପରିସ୍ଥିତି କୁ ଆଧାରିତ କବିତା କୁ ଉପସ୍ଥାପନା କରିଥିବା ବେଳେ କିଛି କବି ପୁରାତନ କଥାବସ୍ତୁ ଆଧାରିତ କରି କବିତା ଉପସ୍ଥାପନା କରିଥିଲେ. କବିତା ଆସର ର ଅନ୍ତିମ ପର୍ଯ୍ୟାୟ ରେ ସମସ୍ତ କବି ଓ କାବ୍ୟୟତ୍ରୀ ଙ୍କୁ ମାନପତ୍ର ଓ ଉପଢୌକନ ରେ ସମ୍ବର୍ଦ୍ଧନା କରାଯାଇଥିଲା.ଏହି ଅବସରରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଙ୍କ ଦ୍ୱାରା ନରସିଂହ ମାଠ ଙ୍କ ସମ୍ପର୍କରେ ଆଲୋକପାତ କରାଯାଇଥିଲା.ମହାନଗର ମହୋତ୍ସବର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଥିଲେ ବ୍ରହ୍ମପୁର ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିରର କୁନିକୁନି କଳାକାର. କୁନିକୁନି କଳାକାର ମାନେ ପ୍ରଥମେ ପାରମ୍ପରିକ ଓଡିଶୀ ନୃତ୍ୟରୁ ନିଜ କଳା ର ଶୁଭାରମ୍ଭ କରି ପରେ ପରେ ବିଭିନ୍ନ ଆଧୁନିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ.ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲା ମହାନଗର ମହୋତ୍ସବ କମିଟି.ମହାନଗର ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, କୁଳପତି ଗୀତାଞ୍ଜଳି ଦାସ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ତୃତୀୟ ସନ୍ଧ୍ୟାକୁ ଉଦଘାଟନ କରିଥିଲେ. ଏହି ଅବସରରେ ଗଞ୍ଜାମ ତଥା ବ୍ରହ୍ମପୁର ଅଂଚଳର ବିଭିନ୍ନ ଲୁକ୍କାୟିତ କଳାକୁ ଲୋକଲୋଚନ ରେ ଉପସ୍ଥାପନା କରିବା ପାଇଁ ବ୍ରହ୍ମପୁର ମହାନଗର ମହୋତ୍ସବ କମିଟି ଯେଉଁ ପଦକ୍ଷପ ନେଇଛି ପ୍ରକୃତରେ ଏକ ଅନନ୍ୟ ପ୍ରୟାସ. କାରଣ ଗଞ୍ଜାମ ଜିଲ୍ଲାର ପ୍ରତିଟି କୋଣଅନୁକୋଣ ରେ ସାହିତ୍ୟ, କଳା ଓ ସଂସ୍କୃତିର ଛାପ ପରିଲକ୍ଷିତ. କିଛି କଳା ସାରା ରାଜ୍ୟ ତଥା ଦେଶ ବିଦେଶ ରେ ନିଜ ପ୍ରତିଭା କୁ ବିଛୁରିତ କରୁଥିବା ବେଳେ କିଛି କଳାକାର ବଣ ମଲ୍ଲୀ ବଣରେ ମଉଳି ଯିବାକୁ ବସିଥିବା ବେଳେ ଏହି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମଉଳା ବଣମଲ୍ଲିକୁ ପୁଣି ଥରେ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଛି ବୋଲି ନିଜ ବକ୍ତବ୍ୟ ରେ କହିଥିଲେ କୁଳପତି ଗୀତାଞ୍ଜଳି ଦାସ.ଏହା ସହିତ ବିଭିନ୍ନ ଶିଳ୍ପୀ ଙ୍କୁ ଏହି ମହୋତ୍ସବ ରେ ସୁଯୋଗ ମିଳିଛି ତାହା ଗ୍ରାମ୍ୟ ଅର୍ଥନୀତି କୁ ସୁଦୃଢ କରିବ ବୋଲି ସେ ସୂଚନା ପ୍ରଦାନ କରିଥିଲେ.ପରେ ବିଭିନ୍ନ କଳାକାରଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ କୁଳପତି.ଏହି ଅବସରରେ କମିଟି ସଭାପତି ଗୋପାଳ ପଟ୍ଟନାୟକ. ଆବାହକ ଇଂ ଉମା ଶଙ୍କର ପାଣିଗ୍ରାହୀ, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଅନିଲ କୁମାର ପାତ୍ର, ମିହିର ତ୍ରିପାଠୀ ଏବଂ ରାମ ପ୍ରସାଦ ସାମଲ, ସହ ସମ୍ପାଦକ ଶିବ ନାରାୟଣ ପଣ୍ଡା,  ଶଙ୍କର ଗୋସ୍ୱାମୀ, ସାଂସ୍କୃତିକ ସଂଯୋଜକ କାର୍ତ୍ତିକ ପାଣିଗ୍ରାହୀ, ରଶ୍ମିତା ପାଣିଗ୍ରାହୀ,ଆଇନ ପରାମର୍ଶଦାତା ଅରୁଣ ସ୍ୱାଇଁ,ସାଂସ୍କୃତିକ ସମ୍ପାଦକ ସୁଦିପ ସାହୁ, ମିଡ଼ିଆ ସଂଯୋଜକ ମୃତ୍ୟୁଞ୍ଜୟ ସାହୁ, ଅଭିରାମ ପାତ୍ର, ସୁଦର୍ଶନ ପରିଡା, ରୁଦ୍ର ନାରାୟଣ ନାୟକ,  ଗୋକୁଳ ତ୍ରିପାଠୀ, ମହୋତ୍ସବର ତୃତୀୟ ରାଜନୀର କାର୍ଯକ୍ରମକୁ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ I

Post a Comment

Previous Post Next Post