ସାବା ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ,ଉପାନ୍ତ ଅଞ୍ଚଳର ଦୁଃଖ ଶୁଣିଲେ ସରକାର |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ସାବା ତା ୧୨/୦୧/୨୦୨୬ ସୋମବାର :- ଆଜି ସାବା ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି |ଏହି ଅଞ୍ଚଳଟି ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିବାରୁ ଲୋକଟିଏ ଧରାକୋଟ ବ୍ଲକ ଯାଇ ନିଜର ଅସୁବିଧା ଜାଣିବା କଷ୍ଟକର ହୋଇପଡୁଥିଲା ମାତ୍ର ଆଜି ବ୍ଲକର ସମସ୍ତ ଆଧିକାରୀ ତାଙ୍କ ପଞ୍ଚାୟତରେ ବସି ସମସ୍ତ ଲୋକଙ୍କ ଦୁଃଖ ବୁଝିଥିବାରୁ ସେମାନଙ୍କ ଖୁସି କହିଲେ ନାସାରେ | ଉକ୍ତ କାର୍ଯ୍ୟକ୍ରମଟି ସାବା ପଞ୍ଚାୟତର ପଞ୍ଚାୟତ  ଭବନ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ସକାଳ ୧୦:୦୦ ଘଣ୍ଟା ସମୟରେ ପ୍ରଦୀପ ପ୍ରଜ୍ୱଳନ, ବନ୍ଦେ ମାତରଂ ଗାନ ଓ ସ୍ବଦେଶୀ ଜାଗରଣ ଶପଥ ଅତିଥି ସ୍ୱାଗତ ପରେ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ପ୍ରାୟ ଦିନ ୨:୦୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଦେଖିବାକୁ ମିଳିଛି | କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟରତ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ଜେନା, ଧରାକୋଟ ତହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡି ,ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସୁଶୀଲ ପଟନାୟକ ,ସିଡିପିଓ ମେଡମ,ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଅଞ୍ଜନ କୁମାର ଦାସ,ଗୃହ ବିଭାଗ,ଶ୍ରମ ଅଧିକାରୀ,କୃଷି ଅଧିକାରୀ,ଯୋଗାଣ ଅଧିକାରୀ,ନାଗରିକ ସୁରକ୍ଷା ଅଧିକାରୀ,ଶକ୍ତି ବିଭାଗ,ରାଜସ୍ବ ବିଭାଗ,ପୋଲିସ ଅଧିକାରୀ,ପଞ୍ଚାୟତ ଅଧିକାରୀ ଶ୍ରୀ ବିଶ୍ୱଜିତ ମାଲିକ ,ଏ.ଡି.ଓ ଶ୍ରୀ ଦୁଷ୍ମନ୍ତ ଖାଡଙ୍ଗା,ସ୍ୱାସ୍ଥ୍ୟ କର୍ମୀ,ସମିତି ସଭ୍ୟ ପ୍ରତିନିଧି ଶ୍ରୀ ମନୋଜ କୁମାର ପତ୍ର, ବିଜେପି ସରପଞ୍ଚ ପାର୍ଥି, ସ୍ଥାନୀୟ ସରପଞ୍ଚ,ନ୍ୟାୟ ସରପଞ୍ଚ ଓ ଅନେକ ସ୍ବେଚ୍ଛାସେବୀଙ୍କ ସହ ଅନେକ ବରିଷ୍ଠ ରାଜନେତା କର୍ମୀଙ୍କ ମିଳିତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି ସରକାରଙ୍କ ଏଭଳି ଜନ ଶୁଣାଣି କାର୍ୟ୍ଯକରମର ମୁଖ୍ୟ ଉଦ୍ଧେଷ୍ୟ ଲୋକଙ୍କ ସମସ୍ୟାକୁ ମୂଳରୁ ଉତ୍ପାଟନ କରିବା ଏବଂ ସମସ୍ତ ସରକାରୀ ସୁବିଧା ଲୋକଙ୍କ ପାଖକୁ ସୁବିଧାରେ ପହଞ୍ଚାଇବା | ୫୨ ଜଣ ଅଭିଯୋଗ କାରି ପହଁଚି  ଅଭିଯୋଗ ଦାଖଲ କରିଥିବା ସହ ସେଠି ମଧ୍ୟରୁ ୦୮ ଜଣଙ୍କ ତତ୍କାଳ ସମାଧାନ ହୋଇଥିବା ସୂଚନା ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଦେଇଥିଲେ |ସମସ୍ୟା ମଧ୍ୟରେ ଲୋକଙ୍କୁ ବାର୍ଦ୍ଧକ୍ୟ ଭାତ,ରାସନ କାର୍ଡ,ପି.ମ.ଆବାସ,ସାମୁହିକ ସମସ୍ୟା ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଛି | ଯେଉଁ କାର୍ଯ୍ୟ କ୍ରମରେ ସମସ୍ତ କର୍ମଚାରି ନିଜ ହେଡ଼କ୍ଵାଟର ଛାଡି ସାରା ଦିନ ସମୟ ଅତିବାହିତ କରି ଲୋକ ସେବାରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମାଧାନ କରିବାରେ ସଫଳତା ହାସିଲ କରିଥିବା ଦେଖିବାକୁ ମିଳିଛି |ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ସେମାନଙ୍କ କହିବା କଥା ଯଦି ସଠିକ ଭାବେ ଏହି କାର୍ଯ୍ୟକ୍ରମ କାମରେ ଲାଗେ ନିଶ୍ଚୟ ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ |      

  ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post