ରୁଗୁମୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର

  


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ରୁଗୁମୁ ତା ୨୭/୦୧/୨୦୨୬ ମଙ୍ଗଳବାର:-ରୁଗୁମୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି | ସର୍ବ ଶିକ୍ଷା ଅଭିଯାନ ତରଫରୁ ସୁରେନ୍ଦ୍ର ସାୟଦିବ୍ୟ ଦୃଷ୍ଟି ଯୋଜନାରେ ପିଲାମାନଙ୍କ ଚକ୍ଷୁ ଜନିତ ସମସ୍ୟା ନିର୍ଧାରଣ କରି ତାହାର ସ୍ଥାଇ ସମାଧାନ କରିବାପାଇଁ ଏକ ସୁନ୍ଦର ପ୍ରୟାସ କରା ଯାଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁରରୁ ଆସିଥିବା ଡ଼କ୍ଟର  ସିଲା ସାରଙ୍କ ୬ ଜଣିଆ ଦଳ ତାଙ୍କ ସମସ୍ତ ଅତ୍ୟାଧୁନିକ ଚକ୍ଷୁ ପରୀକ୍ଷଣ ଯନ୍ତ୍ରପାତି ସହ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିବା ଦେଖିବାକୁ ମିଳିଛି |ଉକ୍ତ ଶିବିରରେ ସମୁଦାୟ ୧୯୮ ଜଣ ପିଲାଙ୍କ ଚକ୍ଷୁ ପରୀକ୍ଷା କରଯାଇଥିବା ବେଳେ ସେଥି ମଧ୍ୟରୁ ୭୫ ଜଣ ପିଲାଙ୍କ ଚକ୍ଷୁ ଜନିତ ସମସ୍ୟା ମିଳିଥିବା ବେଳେ ୭ଜଣ ପିଲାଙ୍କୁ ବ୍ରହ୍ମପୁର ପଠାଯିବା ସୂଚନା ମିଳିଛି | ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକ ତରଫରୁ ବି.ଆର.ଟି ସୀତାକାନ୍ତ ପଣ୍ଡାଙ୍କ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | 

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post