ବର୍ଦ୍ଧିତ ଭାତ ପାଇଁ କଳାକାର ମାନେ ମେଳି ବାନ୍ଧି ସରକାରଙ୍କୁ ଧନ୍ୟବାଦ ଜଣାଇଲେ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୯/୦୧/୨୦୨୬:-ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ପୁଟୁ ମୁକୁତେଶ୍ୱର ମନ୍ଦିର ପ୍ରାଙ୍ଗଣରେ କଳା ସଂସ୍କୃତି ସଂଘର ବିକାଶ ନବଦିଗନ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି | ଉକ୍ତ ମେଳାର ମୁଖ୍ୟ ଉଦେଶ୍ୟ ବର୍ତମାନର ବିଜେପି ସରକାର କଳାକାର ମାନଙ୍କ ଦୁଃଖ ବୁଝି ଏକ ହଜାର ଟଙ୍କା କଳାକାର ଭତା ବର୍ଦ୍ଧିତ କରିଥିବାରୁ ସାନଖେମୁଣ୍ଡି ବିଜେପି ବିଧାୟକ ପାର୍ଥିଙ୍କ ଜରିଆରେ ମୋହନ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ |ମୁକୁତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଧରାକୋଟ ବ୍ଲକର ସମସ୍ତ ପଞ୍ଚାୟତରୁ ପାଖାପାଖି ହଜାର ସଂଖ୍ୟକ କଳାକାର ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ.ଉତ୍ତମ କୁମାର ପାଣିଗ୍ରାହୀ ଓ ତାଙ୍କ ଧର୍ମ ପତ୍ନୀ ଜିଲ୍ଲା କୋଡିନେଟର ଶ୍ରୀମତୀ ସବିତା ସୁଆର, ସାନମାନିତ ଅତିଥି ରୂପେ କଳାକାର ମଞ୍ଚ ସଭାପତି ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ଜେନାଙ୍କ ସହ ଧରାକୋଟ ବ୍ଲକର ସମସ୍ତ ମଣ୍ଡଳ ସଭାପତି,ମଣ୍ଡଳ ପ୍ରତିନିଧି ଓ ଅନେକ ଟାଣୁଆ ବିଜେପି କର୍ମୀ ଉପସ୍ଥିତ ରହିଥିଲେ | ସମସ୍ତ ପଞ୍ଚାୟତରୁ ଆସିଥିବା କଳାକାର ମାନେ ନିଜ ନିଜ କଳା ପରିବେଷଣ କରୁଥିବା ବେଳେ ନିଜେ  ଶ୍ରୀ ପାଣିଗ୍ରାହୀ ନିଜ ଧର୍ମ ପତ୍ନୀଙ୍କ ସହ ବୁଲି ବୁଲି ସମସ୍ତ କଳାକାର ମାନଙ୍କ କଳା ପ୍ରଦର୍ଶନ ଦେଖି ସମସ୍ତ କଳାକାର ମାନଙ୍କୁ ଉଚ୍ଛାହିତ କରିଥିବା ଦେଖିବାକୁ ମିଳିଛି | କଳାକାର ମାନେ ନାମ ସଂକୀର୍ତ୍ତନ, ଦାଶକାଠି, ଗହାଣୀ, ଭାରତ ଲୀଳା,ରାଜା ନାଟକ,ରାମାୟଣ,ମହା ଭାରତ ଓ ବିଣାକାର ଭଳି ଅନେକ ପାରମ୍ପରିକ କଳା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରରେ କଳାକାର ସଂଘର ଉପସଭାପତି ସୁବାଷ ସ୍ୱାଇଁ ସମେତ ସମସ୍ତ କମିଟି ଉପସ୍ଥିତ ରହି ନିଜ ନିଜ ଦାବି ଉପସ୍ଥାପତନ କରିଥିବା ବେଳେ ବର୍ଦ୍ଧିତ ଭାତ ପାଇଁ ସଂଗୀତ ମାଧ୍ୟମରେ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post