ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୦୯/୧୨/୨୦୨୫ :- ଆଜି ପୁଣି ଇଟା ଭାଟି ଉପରେ ଚାଲିଲା ବୁଲଡୋଜର ଲୁପ୍ତ ହେଲେ ଲକ୍ଷାଧିକ ଇଟା ଚିନ୍ତାରେ ସମସ୍ତ ଇଟା ଭାଟି ମାଲିକ | ବଡ଼ଗଡ଼ ଥାନା ଅନ୍ତର୍ଗତ ବାହରପୁର ନିକଟସ୍ଥ ବେଆଇନି ଇଟା ଭାଟିରେ ଚାଲିଲା ବୁଲଡୋଜର |ପରିବେଶ ଅସନ୍ତୁଳନ ଓ ମୃତିକା ଖୟ କାରଣରୁ ସୂଚନା ମୁରବାକ ଧରାକୋଟ ତହସିଲଦାରଙ୍କ ତତ୍ୱାବଧାନରେ ଅତିରିକ୍ତ ତହସିଲଦାର,ବଡ଼ଗଡ଼ ଥାନା ଅଧିକାରୀ,ରାଜସ୍ବ ନିରୀକ୍ଷକ,ଅତିରିକ୍ତ ରାଜସ୍ବ ନିରୀକ୍ଷକଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ବାହରପୁର ଗ୍ରାମ ନିକଟରେ ବହୁ ଦିନ ଧରି ଗଢି ଉଠିଥିବା ବାହରପୁର ଗ୍ରାମବାସୀ ରବି ସାହୁଙ୍କ କନ୍ଧକେନ୍ଦୁପଲିର ବେଆଇନି ଇଟା ଭାଟି ଓ ଓଲମ୍ବା ଗ୍ରାମବାସୀ ଟୁକୁନା ସାହୁଙ୍କ ମହୁଲପୋଲି ନିକଟରେ ଥିବା ବେଆଇନି ଇଟା ଭାଟିକୁ ଆଜି ବୁଲଡୋଜର ଚଳାଇ ପ୍ରଶାସନ ଭାଙ୍ଗିଥିବା ଦେଖିବାକୁ ମିଳିଛି ଯେଉଁଥିରେ ଏକ ଲକ୍ଷ ପାଖାପାଖି ଇଟା ନଷ୍ଟ ହୋଇଥିବା ଜଣାପଡିଛି |ପ୍ରଶାସନର ଏଭଳି ପଦକ୍ଷେପ ଦେଖି ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଇଟା ମାଲିକଙ୍କ ମନରେ ଛନକା ପଶିଥିବା ସୂଚନା ମିଳିଛି | ଚଳିତ ବର୍ଷ ଏଭଳି ବେଆଇନି ଇଟାଭାଟି ଦୁତୀୟ ଥର ଭଙ୍ଗା ଯାଇଥିବା ସୂଚନା ମିଳିଥିବା ବେଳେ ଆହୁରି ଅନେକ ବେଆଇନି ଇଟା ଭାଟି କେବେ ଭଙ୍ଗ ଯିବ ? ମାଲିକଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ? ତାହା ବେଖିବାକୁ ବାକି ରହିଲା |ଉକ୍ତ ଘଟଣାର ପ୍ରତିକ୍ରିୟା ନେବାପାଇଁ ଚାହିଁନିଥିଲେବି ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ଆମ ହସ୍ତଗତ ହୋଇନାହିଁ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା
ମୋବାଇଲ-୯୯୩୮୯୬୦୯୬୯


