(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ' ଜୟନ୍ତୀ ଅବସରରେ ବ୍ରହ୍ମପୁର ଠାରେ ଜୁନିୟର କ୍ରିକେଟ କ୍ଳବ ତରଫରୁ ଆୟୋଜିତ ବିନାୟକ ଆଚାର୍ଯ୍ୟ ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଉଦଘାଟନ ମ୍ୟାଚ ଛତ୍ରପୁର ଏବଂ ଦିଗପହଣ୍ଡି ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ଦଳର ଖେଳାଳୀଙ୍କ ସହ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା କରମର୍ଦ୍ଦନ କରିବା ସହ ନିଜେ ବ୍ୟାଟିଂ କରି ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ୱତୀ ଦେବୀ,କର୍ପୋରେଟର ସବିତା ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କମଲ୍ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।


