ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ' ଜୟନ୍ତୀ ଅବସରରେ ଅଟଳ ଯୁବବାହିନୀ ପକ୍ଷରୁ "ଅଟଳ ସ୍ମୃତି ପଦଯାତ୍ରା


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :  ମହାନ ଜନନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ' ଜୟନ୍ତୀ ଅବସରରେ ଅଟଳ ଯୁବବାହିନୀ ପକ୍ଷରୁ "ଅଟଳ ସ୍ମୃତି ପଦଯାତ୍ରା" ଆଜି ବ୍ରହ୍ମପୁରର କମାପଲ୍ଲୀ ଛକ ଠାରୁ ବାହାରି ଗାନ୍ଧୀନଗର ଛକ ପଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଅଟଳ ଯୁବବାହିନୀ ବ୍ରହ୍ମପୁର ସଂଯୋଜକ ବି. ରବି ରାଓଙ୍କ ନେତୃତ୍ୱରେ ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ କାହ୍ନୁ ଚରଣ ପତି ପତାକା ଦେଖାଇ ଏହି ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ସ୍ମୃତି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅଟଳ ଜୀଙ୍କ ୧୦୧ ତମ ଜୟନ୍ତୀ ଅବସରରେ, ଅଟଳ ଜୀଙ୍କ ଭାରତ ବର୍ଷର ଅର୍ଥନୀତିରେ ଅବଦାନ ହେଉ କି ଭାରତର ସମାଜ ର ପ୍ରତି ଅବଦାନ ହେଉ RTI ଆକ୍ଟର ସଂଶୋଧନ କଥା ହେଉ କି ଭାରତର ପରମାଣୁ ପରୀକ୍ଷଣ କଥା ହେଉ ଯେଉଁଭଳି ଭାବେ ସେ ଅଟଳ ନିଷ୍ପତ୍ତି ନେଇଥିଲେ, ଭାରତକୁ ଏକ ଆର୍ଥିକ ସ୍ଵଚ୍ଛଳତା ସହିତ ସାମାଜିକ ପରିବର୍ତ୍ତନ ଆଣିଥିଲେ ତାକୁ ମନେ ପକେଇବା ପାଇଁ ସଚେତନା ବାର୍ତ୍ତା ଦେବାପାଇଁ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଟଳ ଯୁବ ବାହିନୀ ଏକ "ଅଣରାଜନୈତିକ" ଏବଂ ଏକ "ସାମାଜିକ ସଂଗଠନ" ଯାହା ଅଟଳ ଜୀଙ୍କ ସ୍ମୃତିରେ ବିଭିନ୍ନ ସାମାଜିକ କାର୍ଯ୍ୟ କରେ । ଏହାପରେ ସମସ୍ତ ସଦସ୍ୟ ରାମଲିଙ୍ଗମ ପାର୍କ ସ୍ଥିତ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଟଳ ଯୁବବାହିନୀ ଗଞ୍ଜାମ ଜିଲ୍ଲା ସଂଯୋଜକ ଶିବ ଶଙ୍କର ପତି,ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର,ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ଏସ୍.ରାଣୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବରିଷ୍ଠ ଆଇନଜୀବୀ କୁଞ୍ଜ ବିହାରୀ ପଣ୍ଡା,ମନୋଜ ପଣ୍ଡା,ପୂର୍ବତନ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଧର୍ମରାଜ ପାଣିଗ୍ରାହୀ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କମଲ ପାତ୍ର,କୃଷ୍ଣ ପୋଲାଇ,ଅମର ସାହୁ,ଶକ୍ତି ପଟ୍ଟନାୟକ,ଶିରିଡ଼ି ବିକ୍ରମ,ଶ୍ରୀଧର ପାଳ,ମନୋଜ ପାଣିଗ୍ରାହୀ,ଜଗନ୍ନାଥ ପଟ୍ଟନାୟକ,ଅଜିତ ବେହେରା,ଆକାଶ ସାହୁ,ଅଜୟ ଦାସ,ବିରଜା ଚୌଧୁରୀ,ଶୁଭମ ସାହୁ,ରାକେଶ ସାବତ,ଶୁଭମ୍ ପ୍ରଧାନ,ଶୁଭମ ବିଷୋୟୀ,ଲୋକନାଥ ସାହୁ,ବାଦଲ ମହାପାତ୍ର,ଆଦିତ୍ୟ ଦଳାଇ,ଓମ୍ ପାଣିଗ୍ରାହୀ,ଆକାଶ ଦାସ,ଶୁଭମ୍ ବେହେରା,ସୀତାରାମ ବେହେରା,ଅତୁଲ ଗୈାଡ଼,କାଳିଆ ସାହୁ,ଯୋଗେଶ୍ୱର ଗୈାଡ଼,ଶୁଭମ୍ ପାଣିଗ୍ରାହୀ,ସନ୍ତୋଷ ମହାରଣା,ଅକ୍ଷୟ ପାଳ,କେ.ଗୋବିନ୍ଦ,ଲୋକନାଥ ସାମନ୍ତରାୟ ପ୍ରମୁଖଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ ଯୁବ ନେତୃତ୍ବ ଏହି "ଅଟଳ ସ୍ମୃତି ପଦଯାତ୍ରାରେ" ଭାଗ ନେଇଥିଲେ ।

Post a Comment

Previous Post Next Post