କୋଦଳା କୋର୍ଟ ରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳିତ।

 


କୋଦଳା

-ବୁଧବାର ଅପରାହ୍ନ ରେ  କୋଦଳା କୋର୍ଟ ପରିସର ରେ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷ ରୁ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ତାଲୁକ ଲିଗାଲ ସର୍ଭିସ କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ୱ ରଞ୍ଜନ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମାନବିକ ଅଧିକାରର ଐତିହାସିକ ବିକାଶ ର ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଜଜ ଶ୍ରୀଯୁକ୍ତ ବେହେରା ! ବରିଷ୍ଠ ଦେୱାନ ଅଦାଲତ ବିଚାରପତି ରେଖାରାଣୀ ପଣ୍ଡା ମାନବ ଅଧିକାର ର ଆବଶ୍ୟକତା ବିଷୟ ରେ ନିଜର ବକ୍ତବ୍ୟ ରଖିଥିବା ବେଳେ ଯେଏମଏଫସି ବିଚାରପତି ଶୋଭନ କୁମାର ପଣ୍ଡା,ଆଜିର ଦିବସ ର ମହତ୍ୱ ବିଷୟରେ ଆଲୋଚନା କରିଥିଲେ !  ତିନିଗୋଟି କୋର୍ଟ ର ଏପିପି ଆଇନଯିବି ସୁବାଷ ଚନ୍ଦ୍ର ସାହୁ, ନୀଳାଞ୍ଚଳ ପୋଲାଈ, ସୁବ୍ରମଣୀ ଦାଶ, ବାର ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ଉପ ସଭାପତି ଅବନୀ ଶଙ୍କର ମିଶ୍ର ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିବା ବେଳେ ବହୁ ବରିଷ୍ଠ ଓ କନିଷ୍ଠ  ଆଇନଯିବି  ଳ ଉପସ୍ଥିତ ରହି ନିଜ ନିଜର ସୁ ଚିନ୍ତିତ ମତାମତ ରଖିଥିଲେ ! ମାନବିକ ଅଧିକାର ଦିବସ ଉପରେ ଆଲୋଚନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଏପିପି ସୁବାଷ ଚନ୍ଦ୍ର ସାହୁ ! ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ମିଶ୍ର, ଭଗବାନ ହୋତା, କରୁଣା କର ସାହୁ, ଭଗବାନ ମହାପାତ୍ର, ସୋମନାଥ ବେହେରା, ଭାଗିରଥି ନାୟକ, ଭାଗିରଥି ବେହେରା, ନୀଳମଣି ପଣ୍ଡା, ଭାସ୍କର ସ୍ୱାଇଁ ସମେତ କୋର୍ଟ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପ୍ରତିପାଦନ କରିଥିଲେ


Post a Comment

Previous Post Next Post