ସହର ତଳି ଅଞ୍ଚଳ ବଡ ଗୁମୁଳାରେ ମାଗଣା ସ୍ଵାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ସହର ତଳି ଅଞ୍ଚଳ ବଡ଼ ଗୁମୁଳା ଠାରେ ସ୍ଥିତ କାଳୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ପରାମର୍ଶ ଶିବିର ଏଵଂ ରୁବି ଆଇ ହସ୍ପିଟାଲ ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତଥା  ସ୍ଥାନୀୟ ବଡ଼ ଗୁମୁଳା ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ମା ଶ୍ୟାମାକାଳୀ ଜଳ ଯୋଗାଣ ସଂସ୍ଥା, ଶ୍ୟାମାକାଳୀ ମନ୍ଦିର କମିଟି ଏବଂ ସିଂହବାହିନୀ ଯୁବକ ସଂଘ ସହାୟତାରେ ମିଳିତ ଭାବରେ ଆୟୋଜିତ ହୋଇଯାଇ ଅଛି। ଏଥିରେ ଆୟୁଷ୍ମାନ ମେଡିକୋର ଡା. ଏନ୍ ସନ୍ତୋଷ ଓ ତାଙ୍କ ଟିମ ଏଵଂ ରୁବି ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀ ଯୋଗ ଦେଇ ରୋଗୀ ମାନଙ୍କ  ଚିକିତ୍ସା କରିଥିଲେ। ଜଗନ୍ନାଥ ଆଚାର୍ଯ୍ୟ ଔଷଧ ବିତରଣରେ ସହାୟତା କରିଥଲେ। ଉକ୍ତ ଶିବିରରେ ମାଗଣା ଚିକିତ୍ସା ସହ ମାଗଣା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା । ଏହା ସକାଳ ୯.୦୦ ଘଣ୍ଟା ଠାରୁ ସନ୍ଧ୍ୟା ୫.୦୦ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥଲା। ଶିବିରରେ ସମୁଦାୟ ୧୩୦ ଜଣ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରାଯିବା ସହ ତତ୍ ସମ୍ବନ୍ଧୀୟ ପରାମର୍ଶ ଏଵଂ ମାଗଣା ଔଷଧ ବିତରଣ କରାଯାଇଥିଲା। ସେହିପରି ୫୨ ଜଣ ଚକ୍ଷୁ ରୋଗରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରାଯିବା ସହ ୨୩ ଜଣ ରୋଗୀଙ୍କ ଅଧିକ ଚିକିତ୍ସା ଓ ପରଳ ଅପରେସନ ନିମନ୍ତେ ଚୟନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ କର୍ପୋରେଟର ବନିତା ସାହୁ ଯୋଗ ଦେଇଥିଲା ବେଳେ ସ୍ଥାନୀୟ କମିଟିର ସଭାପତି ନିରଞ୍ଜନ ନାହାକ, ଉପ ସଭାପତି ସନ୍ତୋଷ ବେହେରା ,ସମ୍ପାଦକ ବିଶ୍ଵନାଥ ବେହେରା,କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ପାଢ଼ୀ , ଅଧିକାରୀ ବିନୋଦ ଚନ୍ଦ୍ର ବିଷୋୟୀ ଏଵଂ କାର୍ଯ୍ୟକାରି ସଦସ୍ୟ ଲକ୍ଷ୍ମୀ କାନ୍ତ ଜେନା, ପ୍ରେମାନନ୍ଦ ବେହେରା , ସୁଦର୍ଶନ ବେହେରା, ହାଡୁ ସେଠୀ, ସୁଶାନ୍ତ ବେହେରା, ତନ୍ମୟ ରାଉତ, ରାମକୃଷ୍ଣ ପାତ୍ର, ନିଳାଞ୍ଚଳ ଜେନା, ସନାତନ ପଟ୍ଟନାୟକ , ଉପେନ୍ଦ୍ର ମାଝୀ , ଶିଶିର କୁମାର ଜେନା , ସନାତନ ମାଝୀ, ସୁଶାନ୍ତ କୁମାର ବିଷୋୟୀ, ସୁନିଲ କୁମାର ପାତ୍ର,ମନୋଜ କୁମାର ନାହାକ , କାଳୁ ଚରଣ ଜେନା,ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲା ବେଳେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଏମ୍ ଲାବଣ୍ୟ ପାତ୍ର,ଦେବୀ ପ୍ରସାଦ ଦାସ, ଟି ସୁଦେଶ କୁମାର ପାତ୍ର, ଦିଗାମ୍ବର ସାମନ୍ତରାୟ , ଅଜିତ୍ ପଟ୍ଟନାୟକ , ବି ଭି ସାଗର, ସନ୍ତୋଷ ସାହୁ, ସି ଏଚ ରାମ କ୍ରିଷ୍ଣା ଦାସ ପ୍ରମୁଖ ସାମିଲ ଥିଲେ।

Post a Comment

Previous Post Next Post