ଟିଏଫ୍ ଆଇ ତରଫରୁ ଓଡ଼ିଶା ସାଂସ୍କୃତିକ ଉତ୍ସଵ , ଫ୍ୟାସନ ସୋ ମୁଖ୍ୟ ଆକର୍ଷଣ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ସ୍ଥାନୀୟ ସୁବାରାଓ ଛକ  ନିକଟସ୍ଥ ଆରୟା କନ୍‌ଭେନ୍‌ସନ୍ ସମ୍ମିଳନୀ କକ୍ଷରେ ଟିଏଫ୍ଆଇ ତରଫରୁ ଓଡ଼ିଶା ସାଂସ୍କୃତିକ ଉତ୍ସଵ  ତଥା ଓଡ଼ିଶା ରନ ୱେ ନାମରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫ୍ୟାସନ  ସୋ ଆୟୋଜିତ ହୋଇଯାଇଛି । ସୋ ନିର୍ଦେଶିକା ତଥା ପ୍ରତିଷ୍ଠାତ୍ରୀ କରିସ୍ମା ଖାନ୍‌ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଖ୍ୟାତନାମା କ୍ରୀଡ଼ାବିତ୍ ତଥା ଦୌଡ଼ରାଣୀ ଦୁତିଚାନ୍ଦ ଯୋଗ ଦେଇଥିଲେ। ଅସିତ କୁମାର, ତନିସା ଅଗ୍ରୱାଲ, ରାନୀ ନାୟକ, ଅମ୍ଳାନ୍ ମହାନ୍ତି, ପ୍ରଶାନ୍ତ ସାହୁ, ଅଗସ୍ତ୍ୟ,  ଓ ସମନ୍ ସୁଚକ୍ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ସେଲିବ୍ରିଟ୍ ଓଲିଉଡ ଡିଜାଇନର ଜିତ୍ ଜଗଜିତ୍, ଇଂଟରନ୍ୟାସ୍‌ନାଲ ଡିଜାଇନର ସଂଧ୍ୟାରାଣୀ ନାୟକ, ଅଭିନେତା ପିହୁ ମହାପାତ୍ର, ଆଜାର ଅଲୀ, ଅର୍ପିତା ସାହୁ, ଲିପିକା ପରିଡ଼ା, ରିଷି ରଞ୍ଜନ, ଅତୁଲ କର୍ମାକର, ସ୍ବାଗୀ ଜଗ୍‌ଦେବ, ପ୍ରୀୟଙ୍କା ପତି, ସୋନାଲିସା, ଶିଳ୍ପା ନାୟକ, ମାଧବ ସାହୁ ଓ ସକିନା ନାୟକ ଏଠାରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଶୁଭଜିତ୍ ପଣ୍ଡା ଏଥିରେ ସଂଯୋଜନା କରିଥିଲେ । ଲିଜମ୍ ଡ୍ୟାନ୍ସ ଗୃପ୍, ଶୃତି ଡ୍ୟାନ୍ସ ଗୃପ୍, ଉମେଶ ଷ୍ଟେଜି ଡ଼ାନସ ଗୃପ୍ ତରଫରୁ ଏଠାରେ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଫଟୋଗ୍ରାଫର କେଶବ ଓ ବିଜୟ ଅନୁରୁପ ଏହି ଅବସରରେ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ସୁଦିପ କୁମାର୍ ସାହୁ, ସଂଯୋଜିକା ରଶ୍ମିତା ଦଳାଇ, ଭୁବନେଶ୍ଵର ର ବବିତା ମହାନ୍ତି,  ଆୟେଶା ପାତ୍ର, ସାଧନା, ଦେବଯାନୀ ଷଡ଼ଙ୍ଗୀ, ଶାବନା ଦାସଙ୍କ ସମେତ ବହୁ ପ୍ରତିଭାଧାରୀ ମାନଙ୍କୁ ଏଠାରେ ସମ୍ମାନିତ କରାଯାଇଥିଲା ।

Post a Comment

Previous Post Next Post