ଭାରତୀତ ଜନତା ପାର୍ଟି ତରଫରୁ ଧରାକୋଟ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆତ୍ମା ନିର୍ବାର ଭାରତ ପ୍ରକଳ୍ପ ଅଭିଯାନ ବୈଠକ |


ଶଙ୍କର ପାଣିଗ୍ରାହୀ,ଧରାକୋଟ ମୋ ନିଯୁଜୁ ଓଡିଶା ୨୨/୧୦/୨୦୨୫ ବୁଧବାର:- ଆଜି ଧରାକୋଟ ସ୍ୱେପେନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭାରତୟ ଜନତା ପାର୍ଟି ତରଫରୁ ଆତ୍ମା ନିର୍ବାର ଭାରତ ପ୍ରକଳ୍ପ ଅଭିଯାନ ଓ ଆଗାମୀ ୩୧ ତାରିଖ ଦିନ ହେବାକୁ ଥିବା ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଅବସରରେ ଗଣ ଦୌଡ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ.ଉତ୍ତମ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକର ସମସ୍ତ ପଞ୍ଚାୟତରୁ ଶତାଧିକ ବଛା ବଛା ଟାଣୁଆ ବିଜେପି ଲିଡର ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଉକ୍ତ ବୈଠକରେ ଲୋକମାନେ କିଭଳି ଆତ୍ମା ନିର୍ବାର ହେବେ ସେବିଷୟରେ ଉତ୍ତମ ଭାଇ ସମସ୍ତଙ୍କୁ ଉଦ୍ବୋଧନ ଦେବାସହ ଗଣ ଦୌଡ କିଭଳି ସୁରୁଖୁରୁରେ ସମାପନ ହେବ ତାହାର ଆଲୋଚନା ହୋଇଥିବା ଦେଖିବାକୁ ମିଳିଛି  | ଉକ୍ତ ବୈଠକରେ ମୁଖ୍ୟ ଆତିଥି ରୂପେ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ.ଉତ୍ତମ କୁମାର ପାଣିଗ୍ରାହୀ, କୃଷକ ମୋର୍ଚା ରାଜ୍ୟ ସଂଯୋଜକ ସୁନୀଲ ମହାନ୍ତି,ଧରାକୋଟ ଯୁବ ମୋର୍ଚା ସଂଯୋଜନା ଦେବାଶିଷ ତ୍ରିପାଠୀ,ମାନସ ନାୟକ,ମିଥୁନ ପ୍ରଧାନ,ମାଣିକ୍ୟପୁର ମଣ୍ଡଳ ସଭାପତି ଟୁକୁନା ନାୟକ , ମାଣିକ୍ୟପୁର ମଣ୍ଡଳ ପ୍ରତିନିଧି ଶଙ୍କର ପାଣିଗ୍ରାହୀ, ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ,ଜାହଡା ମଣ୍ଡଳ ପ୍ରତିନିଧି ଗରିବ ନାୟକ ସମେତ ମଛାକୋଟ ସରପଞ୍ଚ, ପିଣ୍ଟୁ ପ୍ରଧାନ,ଜିତୁ ପ୍ରଧାନ,ସୁଦାମ ଗୌଡ଼,ଓଳମ୍ବ ପଞ୍ଚାୟତ ସମୀର ସ୍ୱାଇଁ ଓ ତାଙ୍କ ସହଯୋଗୀ ଓ ଅନେକ ଟାଣୁଆ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି |        


ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

Post a Comment

Previous Post Next Post