(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ, ବ୍ରହ୍ମପୁର ଶାଖା ଦ୍ୱାରା ବିଶ୍ଵ ଭ୍ର।ତୃତ୍ଵ ଦିବସ ଆଜି ସନ୍ଧ୍ୟାରେ ଏକ ମନୋରମ ପରିବେଶ ମଧ୍ୟରେ ସ୍ଥାନୀୟ ଗଞ୍ଜାମ କଳା ବିକାଶ ପରିଷଦ ପରିସରରେ ପାଳିତ ହୋଇଯାଇଛି। ଏଥିରେ ବିବେକାନନ୍ଦ କେନ୍ଦ୍ରର ଅଖିଳ ଭାରତୀୟ ସମ୍ପାଦକ ମାନନୀୟ ଭାନୁଦାସ ଜୀ ମୁଖ୍ୟ ଅତିଥି ଓ ବକ୍ତା ରୂପେ ମଞ୍ଚାସୀନ ହୋଇଥିବା ବେଳେ ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ, ବ୍ରହ୍ମପୁର ଶାଖାର ନଗର ସଂଚାଳକ ଡଃ ତାରା ପ୍ରସାଦ ଦାଶ ଉପସ୍ଥିତ ଥିଲେ। ପ୍ରଫେସର ଲକ୍ଷ୍ମୀ ନାରାୟଣ ନାୟକ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଡଃ ତାରା ପ୍ରସାଦ ଦାଶ ବିବେକାନନ୍ଦ କେନ୍ଦ୍ର ର ପରିଚୟ ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ବିଶ୍ଵ ଭାତୃତ୍ବ ଦିବସ ର ମହତ୍ତ୍ଵ ସମ୍ପର୍କରେ କହିଥିଲେ।ମାନନୀୟ ଭାନୁଦାସ ଜି ତାଙ୍କ ବକ୍ତବ୍ୟରେ ସ୍ବାମୀ ବିବୋନନ୍ଦଙ୍କ ବ୍ୟକ୍ତିତ୍ଵ ଓ ବାର୍ତ୍ତା ଆଲୋଚନା କରିବା ସହ ସମସ୍ତ ହିନ୍ଦୁ ସଂଗଠିତ ହେବା ଓ ହିନ୍ଦୁତ୍ବ କୁ ନେଇ ଗର୍ବ କରିବା ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି ଉତ୍ସବ ରେ ,''ଉତ୍ତିଷ୍ଟତ ଜାଗ୍ରତ" ପ୍ରତିଯୋଗିତାର କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଡଃ ଶଙ୍କର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।


