ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ଘୁମୁସର ଦିବସ ଉପଲକ୍ଷେ କୁଲାଡ଼ ରୋଡ ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ୯୨ ତମ ଭଞ୍ଜ ସଂଗୀତ ଆସର ଅନୁଷ୍ଠିତ ହୋଇଛି। ସଂସ୍କୃତି ବିକାଶ ସଂସଦର ଆୟୋଜିତ ଏହି ସଂଗୀତ ସନ୍ଧ୍ୟରେ ବହୁ ଶ୍ରୋତା ସାମିଲ ହୋଇଥିଲେ। ମନ୍ଦିର କମିଟି ସଭାପତି ଗୋପାଳ କୃଷ୍ଣ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ୱଳନ କରି ଏହି ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ଆନନ୍ଦ ସଂଗୀତାୟନର ସଭାପତି ପ୍ରଶାନ୍ତ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟକୁ ଉପସ୍ଥାପନ କରିଥିଲେ। ଅନୁଷ୍ଠାନର ଉପସଭାପତି ଅଦିକନ୍ଦ ଗୌଡ଼, ନାରାୟଣ ମହାରଣା, ଜଗଦୀଶ ପାଣିଗ୍ରାହୀ ଉପସ୍ଥିତ ରହି ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ନିୟମିତ ଶିଳ୍ପୀ ଚିନ୍ମୟୀ ଗୌଡ଼, ଶୁଭସ୍ମିତା ମହାରଣା, ପୁଷ୍ପଞ୍ଜଳି ସାହୁ, ନିପାରଣୀ ଗୌଡ଼ ଏବଂ ନିମନ୍ତ୍ରିତ କଣ୍ଠ ଶିଳ୍ପୀ ନାଗେଶ୍ୱର ପାତ୍ର, ଅଶୋକ ସ୍ୱାଇଁ ପ୍ରମୁଖ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ। ଶ୍ରୀମାନ ଅଭିଷେକ ମହାପାତ୍ର ମର୍ଦଲ ବାଦନ କରିଥିଲାବେଳେ ଦିବାକର ପ୍ରଧାନ ତବଲାରେ ସଂଗତ କରିଥିଲେ। ସହରର ବହୁ ଭଞ୍ଜ ଶ୍ରୋତା ପ୍ରେମୀ ଏହି ସଂଗୀତ ସାନ୍ଧ୍ୟରେ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ସମ୍ପାଦକ ଅଶୋକ ମହାପାତ୍ର ଧନ୍ୟବାଦ ଦେଇ କାର୍ଯ୍ୟକ୍ରମର ବିରତି ଘୋଷଣା କରିଥିଲେ।


