କୋଦଳା
ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ 75 ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସେପ୍ଟେମ୍ବର 17 ରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ସେହି ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବଡ଼ ଖଇରଖମା ପଂଚାୟତ ଗୁଞ୍ଜବଳା ଠାରେ ମଙ୍ଗଳବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡା ବିଜେପି ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ ଙ୍କ ତତ୍ୱାବଧାନ ରେ ଆୟୋଜିତ ଉକ୍ତ ଶିବିରକୁ ସେବାପକ୍ଷ ପର୍ଯ୍ୟବେକ୍ଷକ ଆଭା ପରିଡା , ସମିତି ସଭ୍ୟ ସତୀଶ ରଞ୍ଜନ ତାରିଣୀ, ମାଧବ ରାଉତ, ସୁଚିତ୍ରା ମହାନ୍ତି,ସ୍ଥାନୀୟ ସରପଞ୍ଚ କାଶୀନାଥ ବେହେରା , ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, ବୁରୁଝରୀ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ବିଜେପି ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ମିସ୍ତ୍ରୀ, ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ପାଣ୍ଡି, ଶକ୍ତି କେନ୍ଦ୍ରର ପ୍ରମୁଖ ପଦ୍ମ ଚରଣ ସାହୁ, ମିଟୁ ପ୍ରଧାନ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏଥିରେ ଅନେକ ବୁଥ ସଭାପତି, ବିଜେପି କର୍ମୀ ସହଯୋଗ କରିଥିଲେ । କୋଦଳା ମେଡିକାଲ ଜେରିଆଟିକ ଭେଷଜ ବିଭାଗ ଡାକ୍ତର ଆଦିତ୍ୟ ପ୍ରସାଦ ସାହୁ,ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ପ୍ରତୀକ ଦାସ, ଜୟଦେବ ନାୟକ, ବନଜା ପଟ୍ଟନାୟକ ରାହାଡା ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ମନୋଜ କୁମାର ସାହୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଵି ପି ଏମ ସନ୍ତୋଷ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଫାର୍ମାସିଷ୍ଟ ଅନିଲ ପ୍ରଧାନ ମେଡିକାଲ କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ରେ ଔଷଧ ବଣ୍ଟନ କରିଥିଲେ । ଆଜିର ଶିବିର ରେ ମୋଟ 400 ଜଣ ପଞ୍ଜିକରଣ କରିଥିବା ବେଳେ 192 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ ମହିଳା 134 ଜଣ ଓ ପୁରୁଷ 58 ଜଣ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।


