ଆସ ବୁଲିଯିବା ପାଟଶାଳା ହାଟକୁ |


ସବା ପାଟଶାଳା ହାଟରୁ ଶଙ୍କର ପାଣିଗ୍ରାହୀ ୨୩/୦୯/୨୦୨୫:- ସବା ପଞ୍ଚାୟତ ପାଟଶାଳାରେ ଏକ ସୁନ୍ଦର ହାଟର ଉଦ୍ଘାଟନ ଗତ ୩ ମାସ ତଳେ ହୋଇଥିବା ବେଳେ ଉକ୍ତ ହାତଟି ପ୍ରତେକ ମଙ୍ଗଳବାର ଦିନ ଚାଲୁଥିବା ଦେଖିବାକୁ ମିଳିଛି | ଉକ୍ତ ହାଟ ଉପରେ ପାଖାପାଖି ଅଞ୍ଚଳର ଲୋକ ନିର୍ଭାର ଥିବାବେଳେ ଦୂର ଦୂରାନ୍ତରୁ ଅନେକ ବେପାରୀ ଆସୁଥିବା ଦେଖିବାକୁ ମିଳିଛି | ସେହି ହାଟରେ ବିଭିର୍ନ ପ୍ରକାରର ସାମଗ୍ରୀ ମିଳୁଥିବା ଦେଖିବାକୁ ମିଳିଛି, ହାଟର ମୁଖ୍ୟ ଆକର୍ଷଣ  ହେଉଛି ସେହି ଅଞ୍ଚଳରୁ ଆଦିବାସୀ ମାନେ ଉପ୍ତାଦନ କରୁଥିବା ଦେଶୀ ପ୍ରାକୃତିକ ପନିପରିବା ପାଚିଲା କଦଳୀ,ତରକାରୀ କଦଳୀ ଓ ଜଙ୍ଗଲୀ କନ୍ଦା,କରିଡ,ବିଭିର୍ନ ଛତୁ | ଘରର ସଉଦା, ଚାଷ ପାଇଁ ବିହନ ଚାଷ ଔଷଧ,ରୋଗୀ ପାଇଁ ଆୟୁର୍ବେଦ ଔଷଧ,ପୋଷାକ,ଦେଶୀ କୁକୁଡ଼ା,ଛେଳି,ପାରମ୍ପରିକ ଅସ୍ତ୍ରଶସ୍ତ୍ର,ମୋବାଇଲ ଭଳି ସଉକ ପୁରା କରୁଥିବା ସାମଗ୍ରୀ ଓ ଖାଦ୍ୟ ପେୟାର ଆସର ଜମିଥିବା ଦେଖିବାକୁ ମିଳିଛି | ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବଜାର ସଉଦା କିଣିବାପାଇଁ ଉକ୍ତ ହାଟଟି ସେହି ଅଞ୍ଚଳ ଲୋକଙ୍କ ପାଇଁ ବହୁତ ସହାୟକ ହେଉଛି | ସେହି ହାଟକୁ ଆସୁଥିବା ବେପାରୀ ମାନଙ୍କ କହିବା କଥା ଏହି ସମୟରେ ବେପାର ବହୁତ କାମ ହେଉଛି ମାତ୍ର ଆଗକୁ ବେପାର ବଢିବା ଆଶା ଅଛି କାରଣ ଆଗକୁ ପାର୍ବଣର ଋତୁ ଆସୁଛି |ସେହି ଅଞ୍ଚଳ ବସି ସରକାରଙ୍କୁ ଧନ୍ୟବାଦ ଦେବା ସହ ଆମ ଚାନେଲ ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ କହୁଛନ୍ତି  ଆସ ହାଟ ବୁଲିବା |


ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

Post a Comment

Previous Post Next Post