ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ବନାଞ୍ଚଳର ବନ ସୁରକ୍ଷା ସମିତି ଗ୍ରାମର କର୍ମକର୍ତ୍ତା ଏବଂ ପ୍ରତିନିଧି ବନଖଣ୍ଡ ଅଧିକାରୀଙ୍କୁ ସାକ୍ଷତ କରି ବନ ସୁରକ୍ଷା ଏବଂ ବନ୍ୟ ପ୍ରାଣୀ ସୁରକ୍ଷା ବାବଦରେ ଆଲୋଚନା କରିଛନ୍ତି। ଭି.ଏସ.ଏସର ନିୟମିତ ଆଲୋଚନା ସଭା ଏବଂ ବନ ବିଭାଗର ଆହୁରି ଅଧିକା ସହଯୋଗ ଆବଶ୍ୟକ କରିଛନ୍ତି। ସଚେତନତା କାର୍ଯ୍ୟକ୍ରମର ଅଭାବ ଏବଂ ଭି.ଏସ.ଏସ ଗୁଡିକ ସହିତ ଉପଯୁକ୍ତ ସମ୍ପର୍କର ଅଭାବ ହେତୁ ଉକ୍ତ ଜଗନ୍ନାଥ ପ୍ରସାଦ ବନାଅଞ୍ଚଳରେ ହାତୀ ମୃତ୍ୟୁ, କୃଷ୍ଣ ସାର ହରିଣଛୁଆ ମୃତ୍ୟୁ ଏବଂ ଗତ ଦିନରେ ବାଘଛାଲ ଜବତ ଘଟଣାକୁ ପ୍ରସଙ୍ଗ କରି ଆଲୋଚନା କରିଫେରିଛନ୍ତି। ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଆସନ୍ତା ଦିନରେ କର୍ମକର୍ତ୍ତାଙ୍କ ଦରଖାସ୍ତ ପ୍ରକାରେ ବନ ବିଭାଗ ଉପଯୁକ୍ତ ସହଯୋଗ କରିବା ଏବଂ ସଚେତନତା ବାର୍ତ୍ତା ପ୍ରେରଣକାରି ରଥ ବୁଲିବା ସହିତ ଗ୍ରାମେ ଗ୍ରାମେ ବନ ଏବଂ ବନ୍ୟପ୍ରାଣୀ ସୁରକ୍ଷା ସକାଶେ ସଭା ଏବଂ ସଚେତନତା କାର୍ଯ୍ୟକ୍ରମ କରାଯିବା ସକାଶେ ପ୍ରତିଶୃତି ଦେଇଛନ୍ତି। ବିଭିନ୍ନ ଭି.ଏସ.ଏସରୁ ଆସିଥିବା ବନ୍ୟ ସୁରକ୍ଷାର ସଚେତନ ସ୍ୱେଛାସେବୀ କର୍ମୀ ଲୋକନାଥ ଆଚାର୍ଯ୍ୟ, କେଳା ନାୟକ ସହିତ ଗେରେଡା ଏବଂ ବେଲଗୁଣ୍ଠା ସେକସେନର ସଚେତନ ସ୍ୱେଛାସେବୀ ମାନେ ଉପସ୍ଥିତ ଥିଲେ। ଆଗାମି ଦିନରେ ବନ ବିଭାଗ ଜଗନ୍ନାଥ ପ୍ରସାଦ ବନାଞ୍ଚଳରେ ଥିବା ଭି.ଏସ.ଏସର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ କ’ଣ ପଦକ୍ଷେପ ନେବ ତାହା ସମୟ କହିବ।
Tags:
ଆଞ୍ଚଳିକ.


