ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ଗଞ୍ଜାମ ଜିଲ୍ଳା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କୁ ରବିବାର ସକାଳେ ଏକ ବଡ ସଫଳତା ମିଳିଛି। ଜଗନ୍ନାଥ ପ୍ରସାଦ ରେଞ୍ଜ ପଥରା ପଲ୍ଲୀ ଗ୍ରାମରୁ ଏହି ଛାଲ ଜବତ ହୋଇଛି। ବିଭାଗୀୟ କର୍ମଚାରୀ ମାନେ ଗୋଟିଏ କଲରାପତରିଆ ବାଘ ଛାଲ କହିଥିବାବେଳେ ଏହି ମାମଲାରେ ୭ ଜଣକୁ ଅଟକ ରଖି ତଦନ୍ତ ଚାଲିଛି। ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ କୁମାର ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ବନପାଳ ଅନୁପ କୁମାର ବିଷୋୟୀ, ଜୀବନ ତ୍ରିପାଠୀ ପ୍ରମୁଖଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗଜପତି ଜିଲ୍ଲା ରାମଗିରିର ଅବସରପ୍ରାପ୍ତ ପୁଲିସ ଏସଆଇ କାଳି ଚରଣ ଜାନୀ, ବିପିନ ଚରଣ ପ୍ରଧାନ, ବେଲଗୁଣ୍ଠା ଥାନା ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡୁରିବାଡିର ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ପୁଅ ଲକ୍ଷ୍ମଣ ପ୍ରଧାନ, ପନ୍ତିଖାରୀରର ସୁଶାନ୍ତ ଡାକୁଆ ପ୍ରମୁଖକୁ ଗିରଫ କରିଛି। ଏଥିରେ ଜଣେ ଅବସର ପୋଲିସ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ବୋଲି ସୂଚନା ମିଳିଛି। ଅନ୍ତର୍ଜାତୀୟ ବଜାରରେ ଏହି ବାଘ ଛାଲର ଦାମ ବହୁତ ଅଛି ଏବଂ ବାଘ ଛାଲକୁ ସ୍ୱତନ୍ତ୍ର ଭାବେ ପୂଜା ଅର୍ଚ୍ଚନା କରିଥିଲେ। ଏହି ବାଘ ଛାଲ ବିଷୟରେ ପୋଲିସ ଓ ବନ ବିଭାଗ ଖବର ପାଇବା ପରେ ଏକ ଲଡ଼ଜରୁ ଉଦ୍ଧାର କରିଥିଲେ। ବାଘର ଲମ୍ବ ପ୍ରାୟ ସାତ ଫୁଟ ଥିଲା ଓ ବାଘକୁ ଗୁଳି କରି ହତ୍ୟା କରାଯାଇଥିଲା ବୋଲି ବନ ବିଭାଗ ସୂଚନା ଦେଇଛନ୍ତି। ଏହି ବାଘ ଛାଲ ଚାଲାଣରେ ବହୁ ତଥ୍ୟ ପୋଲିସ ଅଭିଯୁକ୍ତଙ୍କ ଠାରୁ ବାହାର କରିବ ବୋଲି ସୂଚନା ମିଳିଛି।
କଲରାପତିରିଆ ବାଘ ଛାଲ ଜବତ : ୭ ଅଟକ ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ଗଞ୍ଜାମ ଜିଲ୍ଳା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କୁ ରବିବାର ସକାଳେ ଏକ ବଡ ସଫଳତା ମିଳିଛି। ଜଗନ୍ନାଥ ପ୍ରସାଦ ରେଞ୍ଜ ପଥରା ପଲ୍ଲୀ ଗ୍ରାମରୁ ଏହି ଛାଲ ଜବତ ହୋଇଛି। ବିଭାଗୀୟ କର୍ମଚାରୀ ମାନେ ଗୋଟିଏ କଲରାପତରିଆ ବାଘ ଛାଲ କହିଥିବାବେଳେ ଏହି ମାମଲାରେ ୭ ଜଣକୁ ଅଟକ ରଖି ତଦନ୍ତ ଚାଲିଛି। ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ କୁମାର ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ବନପାଳ ଅନୁପ କୁମାର ବିଷୋୟୀ, ଜୀବନ ତ୍ରିପାଠୀ ପ୍ରମୁଖଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗଜପତି ଜିଲ୍ଲା ରାମଗିରିର ଅବସରପ୍ରାପ୍ତ ପୁଲିସ ଏସଆଇ କାଳି ଚରଣ ଜାନୀ, ବିପିନ ଚରଣ ପ୍ରଧାନ, ବେଲଗୁଣ୍ଠା ଥାନା ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡୁରିବାଡିର ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ପୁଅ ଲକ୍ଷ୍ମଣ ପ୍ରଧାନ, ପନ୍ତିଖାରୀରର ସୁଶାନ୍ତ ଡାକୁଆ ପ୍ରମୁଖକୁ ଗିରଫ କରିଛି। ଏଥିରେ ଜଣେ ଅବସର ପୋଲିସ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ବୋଲି ସୂଚନା ମିଳିଛି। ଅନ୍ତର୍ଜାତୀୟ ବଜାରରେ ଏହି ବାଘ ଛାଲର ଦାମ ବହୁତ ଅଛି ଏବଂ ବାଘ ଛାଲକୁ ସ୍ୱତନ୍ତ୍ର ଭାବେ ପୂଜା ଅର୍ଚ୍ଚନା କରିଥିଲେ। ଏହି ବାଘ ଛାଲ ବିଷୟରେ ପୋଲିସ ଓ ବନ ବିଭାଗ ଖବର ପାଇବା ପରେ ଏକ ଲଡ଼ଜରୁ ଉଦ୍ଧାର କରିଥିଲେ। ବାଘର ଲମ୍ବ ପ୍ରାୟ ସାତ ଫୁଟ ଥିଲା ଓ ବାଘକୁ ଗୁଳି କରି ହତ୍ୟା କରାଯାଇଥିଲା ବୋଲି ବନ ବିଭାଗ ସୂଚନା ଦେଇଛନ୍ତି। ଏହି ବାଘ ଛାଲ ଚାଲାଣରେ ବହୁ ତଥ୍ୟ ପୋଲିସ ଅଭିଯୁକ୍ତଙ୍କ ଠାରୁ ବାହାର କରିବ ବୋଲି ସୂଚନା ମିଳିଛି।
By:Mo News Odisha Digital
•
0
Tags:
ଆଞ୍ଚଳିକ.


