(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ପିଲାମାନଙ୍କ ପାଠ ପଢା ନିମନ୍ତେ ୧୯୯୪ ମସିହାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ନିମନ୍ତେ ଏକ ପ୍ରାଥମିକ ବିଦ୍ୟାଳୟ ପୁର୍ବତନ ବ୍ରହ୍ମପୁର ବିଧାୟକ ସ୍ୱର୍ଗତ ବିନାୟକ ମହାପାତ୍ରଙ୍କ ଦ୍ଵାରା ଉଦଘାଟନ ହୋଇଥଲା । କିନ୍ତୁ ପରବର୍ତୀ ସମୟରେ ବିଦ୍ୟାଳୟ ଅପେକ୍ଷା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏଭଳି ସ୍ଥିତିରେ ପିଲାମାନେ ବସିକି ପାଠ ପଢ଼ା ପଢ଼ିବା ବହୁତ ଅସୁବିଧା ହୋଇଥିଲା । ଯାହା ଫଳରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଶିବ ମନ୍ଦିର ପାର୍ଶ୍ଵରେ ଏକ ନୂତନ କୋଠା ନିର୍ମାଣ କରାଯିବା ସହ ଉକ୍ତ ନୂତନ କୋଠାକୁ ସ୍ତାନାନ୍ତରିତ କରାଯାଇଥିଲା । କିନ୍ତୁ ପୁରୁଣା ସ୍କୁଲ କୋଠା ପରିତ୍ୟକ୍ତ ଭଗ୍ନ ଅବସ୍ଥା ହୋଇ ଲଟା ବୁଦାରେ ମାଳି ରହିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଜଗଦଳପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଲିଖିତ ଭାବେ ଆବେଦନ ପତ୍ର ବ୍ଳକ ପ୍ରଶାସନକୁ ପ୍ରଦାନ କରିଛନ୍ତି । କିନ୍ତୁ ଅନାବଶ୍ୟକ କୋଠା ନିର୍ମାଣ, ରାସ୍ତା ନିର୍ମାଣ କାର୍ଯ୍ୟକରି ସମ୍ପୃକ୍ତ ବିଭାଗ ପକ୍ଷରୁ ଅଯଥା ସରକାରୀ ଅର୍ଥ ବ୍ୟବସ୍ଥା କରାଯାଉଥିବା ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଆସୁଛି । ତେବେ ଦୀର୍ଘ ଦିନ ଧରି ଗ୍ରାମ ପଞ୍ଚାୟତ ପକ୍ଷରୁ ଏଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଗ୍ରାମର କିଛି ବେକାର ଯୁବକ ମାନେ ବ୍ୟବସାୟ କରି ରୋଜଗାର କରି ଉପକୃତ ହୋଇପାରିଥାନ୍ତେ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି।


