(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ଗଣେଶ ପୂଜା ଅବସରରେ ବିଭିନ୍ନ ପୂଜା କମିଟି ଓ ସଙ୍ଘଠନ ପକ୍ଷରୁ ନୁଆଁ ଢାଞ୍ଚାରେ ମେଢ଼ ଓ ମଣ୍ଡପ ତିଆରି କରିଥାନ୍ତି । ସେହିପରି ସ୍ଥାନୀୟ ଲାଞ୍ଜିପଲ୍ଲୀ ସୂର୍ଯ୍ୟ ନଗର ଗଣେଶ ପୂଜା କମିଟି ପକ୍ଷରୁ ୧୦ ଫୁଟର ଉଚ୍ଚତା ବିଶିଷ୍ଟ ମୟୂର ସିଂହାସନ ଅବତାରେ ଗଜାନନ ପୂଜା ପାଉଛନ୍ତି । ୫ଦିନ ଦିନ ପର୍ଯ୍ୟନ୍ତ ଏହି ମଣ୍ଡପରେ ବିନାୟକ ପୂଜା ପାଇବେ ସୂଚନା ରହିଛି । ପ୍ରତିବର୍ଷ କିଛି ନୂଆ ନୂଆ ଢାଞ୍ଚାରେ ଏଠାରେ ପୂଜା କରାଯାଉଛି । ଦିର୍ଘ ୧୫ ବର୍ଷ ହେଲା ଏହି କମିଟି ପକ୍ଷରୁ ପୂଜା ହୋଇ ଆସୁଛି । କମିଟି ସଦସ୍ୟ ତଥା ସାମ୍ବାଦିକ ପିଣ୍ଟୁ ବେହେରା ,ସାଗର ପାଣିଗ୍ରାହୀ,ଅନିଲ କୁମାର ଶତପଥୀ,କୃଷ୍ଣ ମହାରଣା,ଦିବ୍ୟ ରଞ୍ଜନ ପଟ୍ଟନାୟକ, ସନ୍ତୋଷ ସେଠୀ,ଗୋପାଳ ରେଡ଼ି,ଚନ୍ଦନସାହୁ,ସୁରଜ୍ ପାଢ଼ୀ,
ରିଜୁ,ଲିକୁ ଡାକୁଆ,ସତ୍ୟ ପାଣିଗ୍ରାହୀ, ସୁବ୍ରତ ,ଅଜିତ ସେଠୀ,ଅଭିନନ୍ଦନ ପ୍ରଧାନ, ଧର୍ମାନନ୍ଦ,ଶଙ୍କର ସେଠି,ସୁଶାନ୍ତ ସେଠୀ,ରାଜେନ୍ଦ୍ର ପଣ୍ଡା,ରାହୁଲ୍ ,ଜିତେନ୍ଦ୍ର ସେଠୀ,କିରଣ ଦାସ ସମେତ କମିଟିର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।


