କ୍ରିଷ୍ଣା କହେଁୟା କାଜୁ ଫାକ୍ଟ୍ରିରେ ତାଲା ପକେଇବା ନେଇ ଅଭିଯୋଗ।


କୋଦଳା ମୋ ନିୟୁଜ ଓଡିଶା 

ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ କ୍ରିଷ୍ଣା କହେଁୟା କାଜୁ ଫ୍ୟାକ୍ଟ୍ରିରେ ସୋମବାର ରାତ୍ରୀ ସମୟରେ ତାଲା ପକେଇବାକୁ ନେଇ ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣା ପଡିଛି | ସୂଚନା ଅନୁଯାୟୀ ସୋମବାର ଦିନ ସକାଳେ ଏହି ଗ୍ରାମର ବୁଦ୍ଧିଆ ବେହେରାଙ୍କ ପୁଅ ଅମର ବେହେରା, ଭିକାରୀ ବେହେରାଙ୍କ ପୁଅ ସିମାଞ୍ଚଳ ବେହେରା କ୍ରିଷ୍ଣା କହେଁୟା କାଜୁ ଫାକ୍ଟ୍ରିର ମାଲିକଙ୍କ ପୁଅ ପ୍ରଶାନ୍ତ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଫାକ୍ଟ୍ରିରେ ତାଲା ପକେଇବାକୁ ଧମକ ଦେଇଥିଲେ | ପରବର୍ତୀ ସମୟରେ ସୋମବାର ରାତ୍ର ପ୍ରାୟ ଆଠଟା ସମୟରେ ଅମର ବେହେରା, ଦିଲୀପ ବେହେରା ଉକ୍ତ ଫାକ୍ଟ୍ରିରେ ପହଞ୍ଚି ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଫ୍ୟାକ୍ଟ୍ରି ଜାଗାକୁ ନେଇ ସମସ୍ୟା ଥିବା କହିବା ସହିତ କିଛି ଦିନ ପାଇଁ ଫ୍ୟାକ୍ଟ୍ରି ଛାଡି ଚାଲିଯିବାକୁ କର୍ମଚାରି ମାନଙ୍କୁ କହିଥିଲେ | ଏହି ସମୟରେ ଫାକ୍ଟ୍ରି ମାଲିକଙ୍କ ଧର୍ମପତ୍ନୀ ବାସନ୍ତି ବେହେରା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ଧମକ ଦେଇ ଫାକ୍ଟ୍ରିରେ ତାଲା ପକେଇ ପଳେଇ ଯାଇଥିଲେ | 

ଘଟଣା ସମ୍ପର୍କରେ ବାସନ୍ତୀ ବେହେରା ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି |


Post a Comment

Previous Post Next Post