ରା,ଉଦୟଗିରି ବ୍ଲକରେ ଅନ୍ତରଦୟ ଗୃହ କାର୍ଯ୍ୟକ୍ରମ ଅନୁଷ୍ଠିତ l

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ଗଜପତି  ଜ଼ିଲ୍ଲା ଆର,ଉଦୟଗିରି ବ୍ଲକ ଶିବ ମନ୍ଦିର  ପଡିଆରେ  ରବିବାର ଦିନ ସଖାଳ 10 ଘଣ୍ଟା ସମୟରେ ଅନ୍ତୋରଦୟ ଗୃହ ଯୋଜନା ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 କଳାହାଣ୍ଡି ଭୋବନିପାଟଣା ଠାରେ ମାନ୍ୟବର ମୁଖ୍ୟ ମନ୍ତୀ ମୋହନ ମାଝୀ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ପୁରା ରାଜ୍ୟ ସାରା ଡିଜିଟାଲ ଟିଭି ପରଡାରେ ପ୍ରତ୍ୟକ ବ୍ଲକ ମାନଙ୍କରେ ପ୍ରଦର୍ଶନ କରାଯାଇଥିଲା, ଆର,ଉଦୟଗିରି ବ୍ଲକ ଶିବ ମନ୍ଦିର ପଡିଆରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ବେଳେ 17 ଗୋଟି ପଞ୍ଚଯାତର ଶୋତାଧିକ ଗୃହ ପାଇବା ଯୋଗ୍ୟ ହିତାଧିକାରୀ ମହିଳା ପୁରୁଷ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ l ଏଥିରେ ସ୍ଥାନୀୟ ବ୍ଳକ  ଅଧ୍ୟକ୍ଷ  ଲକ୍ଷ୍ମୀନାରାଣ ଶବର  ମୁଖ୍ୟ ଅଥିତି ରୂପେ ଯୋଗ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ  କାର୍ଯ୍ୟଦେଶ ପତ୍ର ବଣ୍ଟନ କରିଥିଲେ ଏବଂ ଅଭିଭାସଣ ରେ କହିଥିଲେ ଗତ ଦିନ ମାନଙ୍କରେ ଗରିବ ଶ୍ରେଣୀରେ ରହୁଥିବା ହିତାଧିକାରୀ ମାନଙ୍କୁ ଏହି ଯୋଜନା ସକାଶେ ପଞ୍ଚୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଧାଁ ଦୌଡ଼ ହେବା ସହ କାର୍ଯ୍ୟରତ କର୍ମଚାରି ଙ୍କୁ ପାଞ୍ଚ ହଜାର ରୁ ଦଶ ହଜାର ହାତ ଗୁଞ୍ଜୋରଣ ଦେବା ନଜର ରହିଛି କିନ୍ତୁ ବର୍ତ୍ତମାନ ମୋହନ ସରକାର ଏହା ଉପରେ କଡା କାର୍ଯ୍ୟନୁଷ୍ଠାନ ନେବାରେ ପଛ ଗୁଞ୍ଛା ଦେବେନାହିଁ ତେଣୁ ପ୍ରତ୍ୟକ ପଞ୍ଚୟତ ଏବଂ ବ୍ଲକର କର୍ମଚାରି ସଠିକ ପରିବାର ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଏହି ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରି ଠିକ ସମୟରେ ଗୃହ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଡ଼ିଡିଓ, ସମସ୍ତ ବ୍ଲକ କର୍ମଚାରି, ପଞ୍ଚୟତ ମାନଙ୍କର ପିଆର ସଦସ୍ୟ ଉପସ୍ଥିତ ଥିଲେ, ଏବଂ ଶୋତାଧିକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମକୁ ବ୍ଳକର ବିପିସି ଅଶ୍ବିନୀ କୁମାର ସଡଙ୍ଗି ଏବଂ ବିପିଏ ପ୍ରିୟଙ୍କା ରଥ ପରିଚାଳନା କରିଥିବା ବେଳେ ବ୍ଳକର ସମସ୍ତ କର୍ମୀମାନେ ସହଯୋଗ କରିଥିଲେ ।

Post a Comment

Previous Post Next Post