ବ୍ରହ୍ମପୁର ଆର୍ଯ୍ୟଭଟ୍ଟ ପକ୍ଷରୁ ଜେ.ଇ.ଇ ମେଇନ ୨୦୨୫ ବି.ଆର୍କ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫଳରେ ପ୍ରଥମ ସ୍ଥାନ ଅଧିକାର


( ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗତକାଲି ପ୍ରକାଶିତ ଜେ.ଇ.ଇ ମେଇନ ୨୦୨୫ ବି.ଆର୍କ ପ୍ରବେଶିକା ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫଳରେ ବଡଖେମୁଣ୍ଡି ସାହି, ବ୍ରହ୍ମପୁରସ୍ଥ ଶ୍ରୀମତି ସସ୍ମିତା ପଟ୍ଟନାୟକ ଓ ଶ୍ରୀ ମନମୋହନ ପଟ୍ଟନାୟକଙ୍କ ସୁପୁତ୍ରୀ ଶ୍ରୀଅଙ୍କା ପଟ୍ଟନାୟକ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଆର୍ଯ୍ୟଭଟ୍ଟ ବ୍ରହ୍ମପୁରରେ ପ୍ରଶିକ୍ଷଣ ନେଉଥିବା ତଥା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ଦ୍ଵାତୀୟ ବର୍ଷ ଛାତ୍ରୀ କୁମାରୀ ଶ୍ରୀଅଙ୍କା ବି ଆର୍କ ପ୍ରବେଶିକା ପରୀକ୍ଷାରେ ୯୯.୬୭୬ ପର୍ସେଣ୍ଟାଇଲ ରଖି ସର୍ବଭାରତୀୟ ସ୍ଥରରେ ୨୦ତମ ସ୍ଥାନ ରଖିବା ସହ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।   ନିଜ ପିତାମାତାଙ୍କ ଆଶିର୍ବାଦ ଓ ଆର୍ଯ୍ୟଭଟ୍ଟ ବ୍ରହ୍ମପୁର ର ଶିକ୍ଷାଦାନ ପଦ୍ଧତି ତାଙ୍କୁ ଏହି ସଫଳତା ଦେଇ ପାରିଛି ବୋଲି ଶ୍ରୀଅଙ୍କା ନିଜ କୃତଜ୍ଞତା ଜଣାଇଛନ୍ତି। ଆର୍ଯ୍ୟଭଟ୍ଟ ର ନିର୍ଦ୍ଦେଶକ ଓ ଶିକ୍ଷକମାନେ ଶ୍ରୀଅଙ୍କା  ଙ୍କୁ ଅଭିନନ୍ଦନ ଜଣାଇବା ସହ ସେ  ଜଣେ ଆଦର୍ଶ ଓ ଅଧ୍ୟବସାୟୀ ଛାତ୍ରୀ ଅଟନ୍ତି । ଭଲ ପାଠ ପଢିବା ସହ ଶ୍ରୀଅଙ୍କା ଆର୍ଯ୍ୟଭଟ୍ଟ ଦ୍ଵାରା ଆୟୋଜିତ ବୃକ୍ଷରୋପଣ ଓ ଅନ୍ୟାନ୍ୟ ସମାଜ ସେବା କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ନେଉଥିଲେ ବୋଲି ଅନୁଷ୍ଠାନ ନିର୍ଦ୍ଦେଶକ ସୁଧିର ରାଉତ ଜଣାଇଛନ୍ତି ଓ ଭବିଷ୍ୟତରେ ମଧ୍ୟ ଉଭୟ ଅଧ୍ଯୟନ ଓ ଅଧ୍ଯବସାୟ ସହ ସମାଜ ପ୍ରତି ସମ୍ବେଦନଶୀଳତା ବଜାୟ ରଖିବେ ବୋଲି ଆଶା କରିଛନ୍ତି।।

Post a Comment

Previous Post Next Post