ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଫୁଲବାଣୀ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

 


କନ୍ଧମାଳ:୨୩/୦୨/୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ମୋ ନିୟୁଜ୍ ଓଡିଶା 

  କନ୍ଧମାଳ ବରିଷ୍ଠ ନଗରିକ ସଂଘ  ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ  ଫେବୃୟାରୀ ୨୩ତାରିଖରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସନ ସାଇନ ହସପିଟାଲ ପକ୍ଷରୁ ବିଶେଷଜ୍ଞ ଡାକ୍ତରମାନେ ୩୦୦ରୁ ଅଧିକ ରୋଗୀଙ୍କୁ ପରୀକ୍ଷା କରିଥିଲେ।ଚିକିତ୍ସା କରୁଥିବା ବିଶେଷଜ୍ଞ ମାନଙ୍କ ମଧ୍ୟରେ ଭେଷଜ ବିଶେଷଞ ଡାକ୍ତର ରାକେଶ ମହାନ୍ତି, ନ୍ୟୁରୋଲୋଜି ବିଭାଗ ଡାକ୍ତର ସଚ୍ଚିଦାନନ୍ଦ ସ୍ୱାଇଁ,ୟୁରୋଲୋଜି ବିଭାଗ ଡାକ୍ତର  ଆଦିତ୍ୟ ପ୍ରସାଦ ପାଢୀ, ଅସ୍ଥିଶଲ୍ୟ ବିଭାଗ ଡାକ୍ତର  ଦେବାଶିଷ ଷଡଙ୍ଗୀଙ୍କ ସହ  ଫାର୍ମାସିଷ୍ଟ ଅଭିମନ୍ୟୁ ଜେନା,ପ୍ରଶାନ୍ତ ଉପାଧ୍ୟାୟ, ଶିବ ପ୍ରସାଦ ପ୍ରଧାନ, ଯୁଗଳ କିଶୋର ସାହୁ,ସୁନିତ ମଙ୍ଗରାଜ ପ୍ରମୁଖ ଇସିଜି,ରକ୍ତ ପରୀକ୍ଷା , ରକ୍ତଚାପ  ମାପ ଓ ଔଷଧ ବିତରଣ କରିଥିଲେ। ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ  ବରିଷ୍ଠ ନାଗରିକ ସଂଘ ପକ୍ଷରୁ  ଆବଶ୍ୟକ ଔଷଧ ମାଗଣାରେ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ସଂଘର ସଭାପତି କମଳାକାନ୍ତ ପାଣ୍ଡେ ଓ ସାଧାରଣ ସଂମ୍ପାଦକ ପ୍ରଣବ ମଣ୍ଡଳ  ଆୟୋଜନ କରିଥିଲା ବେଳେ ନବୀନ କିଶୋର ପଣ୍ଡା, ରାଜୁ ପାଢୀ,ଡ ଜଗଦୀଶ ଚନ୍ଦ୍ର ବେଜ, ବଂଶୀଧର ପଣ୍ଡା, ପଦ୍ମ ଚରଣ ସ୍ୱାଇଁ,ଅମୀୟ କୁମାର ଦାଶ,ପିତାମ୍ବର ମିଶ୍ର,ପ୍ରମୋଦ ସାହୁ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ।

Post a Comment

Previous Post Next Post