କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟ ମହେନ୍ଦ୍ରଗଡ଼ରେ ଅଭିଭାବକ ବୈଠକ

 


ଆର,ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ) - ତା 11/01/2025 ରିଖ ଶନିବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ ପ୍ରାୟ 100 ଜଣ ଅଭିଭାବକ ଯୋଗ ଦେଇଥିଲେ | ବୈଠକରେ ପ୍ରଥମତଃ ଆଗାମୀ ଦଶମ ଶ୍ରେଣୀ ପରୀକ୍ଷାରେ କିଭଳି ଭଲ ନମ୍ବର ରଖି ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହେବେ ଦ୍ଵିତୀୟତଃ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶ କ୍ରମେ ପ୍ରୟାସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ତୃତୀୟତଃ ଆପାର ଆଇଡି ପାଇଁ ସଚେତନତା ଇତ୍ୟାଦି ଆଲୋଚନା କରାଯାଇଥିଲା | ଅଭିଭାବକ ମାନଙ୍କର ବିଭିନ୍ନ ଅଜଣା ବିଷୟବସ୍ତୁ ବିଷୟରେ ପ୍ରଧାନ ଶିକ୍ଷକ ଶ୍ରୀ ନାହାକ ପ୍ରାଞ୍ଜଳ ଭାବେ ବୁଝାଇଥିଲେ | ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଦଶମ ଶ୍ରେଣୀ ପରୀକ୍ଷାରେ ଉତୀର୍ଣ୍ଣ ପାଇଁ କିଛି ଟିପ୍ସ ପ୍ରଦାନ କରିଥିଲେ | ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ |

Post a Comment

Previous Post Next Post