ପ୍ରବାସୀ ଭାରତୀୟ ଦିବସ ପାଳିତ।

ମାଲକାନଗିରି ତା ୦୯/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରାଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଏକ ଜନ ଜାଗରଣ ପଦଯାତ୍ରା କରିଥିଲେ । ଏହା ସହ ଏସ୍.ଏସ୍.ଡି ବାଳିକା ବିଦ୍ୟାଳୟର ଖେଳ ପଡ଼ିଆରେ ୱାକାଥନ୍ ରେ ମଧ୍ୟ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ। ଏହି ଅବସରରେ ଶ୍ରେଣୀ ଗୃହରେ  କୁଇଜ୍, ପ୍ରବନ୍ଧ ରଚନା, ବକ୍ତୃତା ପ୍ରତିଯୋଗିତା ମଧ୍ୟ  ଆୟୋଜିତ ହୋଇଥିଲା। ବିକଶିତ ଭାରତ ତଥା ବିକଶିତ ଓଡ଼ିଶା କ୍ଷେତ୍ରରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକା ଏବଂ ଏହାର ସୁଫଳର ବିଭିନ୍ନ ଦିଗ ସମ୍ପର୍କରେ ଅଧ୍ୟକ୍ଷ ନିଜର ବକ୍ତୃତା ରଖିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସସ୍ମିତା ଖରା, ଶିକ୍ଷା ବିଭାଗର ଅଧ୍ୟାପିକା ମୋନାଲିସା ବାଘ୍,ଇଂରାଜୀ ବିଭାଗର ଅଧ୍ୟାପିକା ସ୍ମାଇଲ ବୈଷ୍ଣବ ମଧ୍ୟ ସୁନ୍ଦର ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳ ସମ୍ପାଦନ କରିଥିଲେ।

Post a Comment

Previous Post Next Post