ମଳାସପଦର ବିଦ୍ୟାଳୟରେ ଚକରା ବିଷୋୟୀ ଜୟନ୍ତୀ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୁମୁସର ଅଞ୍ଚଳରେ ୧୮୦୦-୧୮୩୬ ଖ୍ରୀଷ୍ଟାବ୍ଦ ଯାଏଁ ଇଂରେଜ ବିରୁଦ୍ଧରେ ଆରମ୍ଭ ହୋଇଥିଲା। ସେହି ସ୍ୱାଧୀନତା ସଂଗ୍ରାମରେ ବହୁ ସଂଖ୍ୟକ ଖ୍ୟାତନାମା ବୀର ଯୋଗଦେଇଥିଲେ। ସେଥିମଧ୍ୟରୁ ଚକରା ବିଷୋୟୀ ହେଉଛନ୍ତି ଅନ୍ୟତମ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆର. ଗୀତାଞ୍ଜଳୀ ଆଚାରୀଙ୍କ ସଭାପତିତ୍ୱରେ ୨୦୨ତମ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ବୀର ଚକରା ବିଷୋୟୀଙ୍କ ଜୀବନୀ ଉପରେ ପ୍ରଥମେ ଏଲ୍‍ଇଡ଼ି ମାଧ୍ୟମରେ ଜୀବନୀ ବୃତ୍ତାନ୍ତ ପ୍ରଦର୍ଶିତ କରାଯାଇଥିଲା। ପରେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ଏ ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅରୁଣା ବେହେରା, ଶୁଭସ୍ମିତା ଗୌଡ, ମଧୁସ୍ମିତା ଗୌ÷ଡ ସହଯୋଗ କରିଥିବା ବେଳେ ଶିକ୍ଷକ ବସନ୍ତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post