କବି, ଗାଳ୍ପିକ ତଥା ସନ୍ନ୍ୟାସୀ ରବି ଜେନାଙ୍କ ସ୍ମୃତି ଚାରଣ ସଭା

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ କବି, ଗାଳ୍ପିକ, ସାହିତ୍ୟ କୋଠିର ସଂପାଦକ ତଥା ମଧ୍ୟରାତ୍ର କବିତା ଆସରର ଆୟୋଜକ କବି ରବି ଜେନା ଓରଫ୍‍ ସ୍ୱାମୀ ବିରଜାନନ୍ଦ ସରସ୍ୱତୀଙ୍କ ସ୍ମୃତି ଚାରଣ ସଭା ବାଉଁଶଲୁଣ୍ଡିସ୍ଥିତ ରାଧାକୃଷ୍ଣ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସଂଯୋଜନା କରିଥିଲେ। ରବି ଜେନା ଜଣେ କବି, ଗାଳ୍ପିକ, ସୁବକ୍ତା, ସାଧୁ ତଥା ସାରସତ୍ୱ ଆଶ୍ରମ ଠାକୁର ନିଗମାନନ୍ଦଙ୍କର ପରମ ଭକ୍ତ ଥିଲେ। ପ୍ରାୟ ଦଶବର୍ଷ ହେବ ସେ ସଂସାର ତ୍ୟାଗ କରି ରବି ଜେନାରୁ ସ୍ୱାମୀ ବିରଜାନନ୍ଦ ସରସ୍ୱତୀ ଭାବରେ ପରିଚିତ ଥିଲେ। ସେ ଘୁମୁସର କାହିଁକି ସମଗ୍ର ଓଡ଼ିଶାରେ ସାହିତ୍ୟକଙ୍କ ମଧ୍ୟରେ ସେ ଜଣେ ଆଗଧାଡ଼ିର କବି ଥିଲେ। ଏହା ସହିତ ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ସେ ଠାକୁର ନିଗମାନନ୍ଦଙ୍କ ପରମ ଭକ୍ତ ହୋଇ ତୁଳସିପଲ୍ଲୀଠାରେ ସାରସତ୍ୱ ଆଶ୍ରମ ସହିତ ଜରାନିବାସ ଆରମ୍ଭ କରିଥିଲେ। ତାଙ୍କ ଦ୍ୱାରା ଲିଖିତ କବିତା ପୁସ୍ତକ ‘ଅନେକ ତୁଠର ନଈ’, ‘ପୁଣ୍ୟଛାୟା’, ‘ଅନ୍ୱେଷା ଏକ ବେଦନାକ୍ତ ହୃଦୟର’ ଏବଂ ଗଳ୍ପ ସଂକଳନ ‘ଇହପର’ ପ୍ରକାଶିତ ହୋଇ ବାଣୀ ଭଣ୍ଡାରକୁ ସମୃଦ୍ଧ କରିପାରିଥିଲା। ଏହି ସ୍ମୃତି ଚାରଣ ସଭାରେ ଏକ ସ୍ମରଣିକା ‘ସ୍ମୃତିରେ ସ୍ୱାମୀ ବିରଜାନନ୍ଦ’ ତାଙ୍କର ଝିଅ ପ୍ରଜ୍ଞା ପାରମିତା ଜେନା, ପୁଅ ଅର୍ଦ୍ଧେନ୍ଦୁ ଶେଖର ଜେନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସଭାରେ ପ୍ରଶାନ୍ତ ମହାନ୍ତି, ଡ. ପ୍ରଦୀପ କୁମାର ପଟ୍ଟନାୟକ, ରବୀନ୍ଦ୍ରନାଥ ଦାସ, ଅରୁଣାଞ୍ଚଳ ପତି, ସୁବାସ ଚନ୍ଦ୍ର ତାରିଣୀ, ଶୂଳପାଣୀ ଶତପଥୀ, ଡ. ଶିଶିର କୁମାର ଷଡ଼ଙ୍ଗୀ, ଅନନ୍ତ କର, ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର, କୃତ୍ତିବାସ ବିଶ୍ୱାଳ, ରୀତାରାଣୀ ମହାପାତ୍ର, ରଞ୍ଜୁଲତା ବେହେରା, ସୁଜାତା ଷଡ଼ଙ୍ଗୀ, ସାରସ୍ୱତ ଆଶ୍ରମର ସଭାପତି ଚନ୍ଦ୍ରଯିବି ମହାନ୍ତି, ଶୁଭସ୍ମିତା ଦାଶ, ସୁନୀଲ ପାଣି ସମେତ ଅନେକ ସାହିତ୍ୟିକ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ଜେନାଙ୍କ କବିତାକୁ ଆବୃତ୍ତି କରିଥିଲେ ଅନୁଷ୍ଠାନର ସହସମ୍ପାଦକ ତ୍ରିନାଥ ବେହେରା, ସାଂଗଠାନିକା ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ, ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା। କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅନୁଷ୍ଠାନ ସଭାପତି ଡ. ଅଶୋକ କୁମାର ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ପୁରୁଷୋତ୍ତମ ମହାପାତ୍ର, ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post