ଗୁରୁକୃପା ଆବାସିକ ବିଦ୍ୟାଳୟର ଶୁଭ ଆଶ୍ରିବାଦ ଉତ୍ସବ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ଗୁରୁକୃପା ଆବାସିକ ବିଦ୍ୟାଳୟ ତରଫରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ବିଦାୟ କାଳୀନ ସଭା "ଶୁଭ ଆଶ୍ରିବାଦ ଉତ୍ସବ’ ସ୍ଥାନୀୟ ବନ ବିହାର ଠାରେ ବିଦ୍ୟାଳୟର ସଭାପତି ଏସ୍ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦୋରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପସରାର ପ୍ରଧାନ ଶିକ୍ଷକ, ଭେଜିପୁଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ ହୃଦୟାନନ୍ଦ ତ୍ରିପାଠୀ, ଟ୍ରଷ୍ଟ ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ଷଡଙ୍ଗୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ପ୍ରଭାତ ରଥ ପିଲାଙ୍କ ଭବିଷ୍ୟତ ସହ ପାଠପଢାର ସମ୍ପର୍କ ବିଷୟରେ ପିଲାଙ୍କୁ ବୁଝାଇ ଥିଲେ। ଅନ୍ୟାନ୍ୟ ଅତିଥିମାନେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା ସହିତ, ସମାଜର ଏବଂ ବିଦ୍ୟାଳୟର ଉନ୍ନତ କାମନା କରିଥିଲେ। ଚଳିତ ମାଟ୍ରିକ ପରୀକ୍ଷା ପାଇଁ ଉପଦେଶ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଭୋଜି କାର୍ଯ୍ୟ ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଚ, ଗୀତ, ଖେଳ ଆୟୋଜିତ ହୋଇଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post