ଆର,ଉଦୟଗିରି-ମୋ ନ୍ୟୁଜ ଓଡ଼ଶା(ମନୋଜ କୁମାର ପାଢୀ) ଚୋର, ଡକାୟତଙ୍କୁ ସାବାଡ଼ କରିବା ପାଇଁ ପୋଲିସର ନିଯୁକ୍ତି ହୋଇଥାଏ l ଯଦି ପୋଲିସ ନିରୀହ ଲୋକଙ୍କଠୁଁ ଚୋରୀ କରେ ତେବେ ସାଧାରଣ ଲୋକେ କାହାକୁ ଗୁହାରି କରିବେ? ହଁ ଆଜ୍ଞା ଆମେ ଏକଥା କଉ ଫିଲ୍ମର କାଳ୍ପନିକ କାହାଣୀର କଥା କହୁନୁ, ଆମେ କହୁଛୁ ଗଜପତି ଜିଲ୍ଲା ଅଡବା ଥାନାର କଥା, ଗତ ସମବାର ଦିନ ଅଡବା ଥାନାର ପି. ମୋହନ ରାଓ ନାମକ ଏକ କନଷ୍ଟେବଲ ମୋବାଇଲ କିଣିବା ପାଇଁ ଅଡବା ମାର୍କେଟରେ ଥିବା ଶଙ୍କର ଇଣ୍ଟରପ୍ରାଇସେସ ନାମକ ଏକ ଦୋକାନକୁ ଯାଇଥିଲେ, ଦୋକାନରେ ମାଲିକ ନଥିଲେ, ସେ ଦୋକାନରେ ଥିଲା କେବଳ ହିଡିକିମା ଗାଁର ଏସୋ ଶବର, କନଷ୍ଟେବଳ ଜଣକ ଦୋକାନ ଭିତରେ ପ୍ରବେଶ କରି ଗୋଟି ଗୋଟି କରି ମୋବାଇଲ ଗୁଡିକୁ ଦେଖିଥିଲା ପୁଣି ଫେରିଯାଇଥିଲା, ଏସୋକୁ କିଛି ସନ୍ଦେହ ହୋଇଥିବାରୁ ପରବର୍ତୀ ମୁହୂର୍ତରେ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ଼ ଚେକ କରିଥିଲା, ସିସିଟିଭି ଫ୍ୟୁଟେଜ଼ରେ ସ୍ପଷ୍ଟ ଭାବେ ଦେଖାଗଲା ଯେ କନଷ୍ଟେବଳ ଜଣକ ମୋବାଇଲ କିଣିବା ବାହାନାରେ ଆସି ମୋବାଇଲକୁ କୌଶଳକ୍ରମେ ଚୋରିକରି ନେଇଯାଇଥିଲା, ଯାହାକି ସମ୍ପୂର୍ଣ ଘଟଣା ସିସିଟିଭି ଫ୍ୟୁଟେଜ଼ ରେ କଏଦ ହୋଇଛି, ତେବେ ଏ ସମସ୍ତ ଘଟଣାକୁ ଏସୋ ନିଜ ମାଲିକ କୁ କହିଥିଲା, ମାଲିକ ସିସିଟିଭି ଫୁଟେଜ଼ ଭିଡ଼ିଓ କୁ ଅଡବା ଥାନାକୁ ପଠାଇଥିଲା, ଏବଂ ପରବର୍ତୀ ସମୟରେ ଅଡବା ପୋଲିସ ଏସୋ ଶବରକୁ ଥାନାକୁ ଡାକି ମାଡ ମାରିବା ସହ ଭିଡ଼ିଓ କୁ ଭାଇରଲ ନ କରିବାକୁ କହିଥିଲେ, ତାପରେ ପୋଲିସ ଗାଡ଼ିରେ ଏସୋକୁ 200 ଟଙ୍କା ଦେଇ ଛାଡି ଦିଆଯାଇଥିଲା, ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଚୋର ଓ ଡକାୟତକୁ ଧରିବା ପରିବର୍ତ୍ତେ ନିଜେ ପୋଲିସ ଚୋରୀ କରିବ ତେବେ ସାଧାରଣ ଲୋକେ ପୋଲିସ ଉପରେ କେତେ ବିଶ୍ୱାସ ରଖିବେ?, ଏନେଇ ଆମେ ଥାନା ଅଧିକାରୀଙ୍କ ଠାରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହେଇପାରିନି, ଯଦି ଏସୋ ଶବରକୁ ଯଦି ନ୍ୟାୟ ନମିଳେ ତେବେ ଆଗାମୀ ଦିନରେ ଏସପି ଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି l
Tags:
ଆଞ୍ଚଳିକ


