ଭଂଜନଗର :ମୋ ନିୟୁଜ ଓଡିଶା ଏବେ କଠୋର ହେଉଛି, ଭଂଜନଗର ଅବକାରୀ ବିଭାଗ। ସ୍ପେସାଲ୍ ଡ୍ରାଇଭ୍ ପ୍ରକାରେ ବେଆଇନ୍ ମଦ ଓ ଗଞ୍ଜେଇ କାରବାର ଉପରେ ଚଢ଼ାଉକୁ ଯୋରଦାର୍ କରୁଛି। ସେହି କ୍ରମରେ ଶୁକ୍ରବାର ଦିନ ବେଆଇନ୍ ମଦ ପ୍ରସ୍ତୁତ ବେଳେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି.ନୂଆଗାଁ ନିକଟରେ ବଡ଼ଧରଣର ଚଢ଼ାଉ କରିଛି। ପୂର୍ବ ସୂଚନା ମୁତାବକ, ଭଂଜନଗର, ବୁଗୁଡ଼ା ଓ ବ୍ରହ୍ମପୁର ଅବକାରୀ ବିଭାଗର ମିଳିତ ସହଯୋଗରେ ଏହି ଚଢାଉ କରାଯାଇଥିଲା। ଏହି ଚଢାଉ ସମୟରେ ୯୧୦ ଲିଟର ବେଆଇନ୍ ଦେଶୀ ମଦ, ମଦ ରନ୍ଧା ସାମଗ୍ରୀ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଥିବା ବେଳେ, ଏଥିରେ ସଂପୃକ୍ତ ୮ ଜଣଙ୍କୁ ଗିରଫ କରିଛି। ଏହାସହ ୪୩୫୦ କେଜି ମଦପୋଚ ନଷ୍ଟ କରାଯାଇଛି। ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ଥିବାବେଳେ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଥାନାଧିକାରୀ ଅଲିଭା ମାଝୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ, ଗୁଇନ୍ଦା ନୀରିକ୍ଷକ ନାରାୟଣ ଜେନା, ଏସଆଇ ଅଜିତ୍ ନାୟକ ସମେତ ବନବିଭାଗର ଅନ୍ୟ କର୍ମଚାରୀ ମାନେ ମଧ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ତେବେ ଅବକାରୀ ବିଭାଗ ପକ୍ଷରୁ ବର୍ତ୍ତମାନ ସ୍ପେସାଲ୍ ଡ୍ରାଇଭ୍ ଚାଲିଥିବାରୁ ବେଆଇନ୍ ମଦ ଏବଂ ଗଞ୍ଜେଇ ଚାଲାଣ ରୋକିବାକୁ ଯୋରଦାର୍ ଉଦ୍ୟମ ଜାରି ରଖିଛି।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବତ୍ତ


