ଜାତୀୟ ଯୁବ ଦିବସ ପାଳିତ।


ମାଲକାନଗିରି, ତା୧୨/୦୧ ମୋ ନ୍ୟୁଜ ଓଡିଶା(ସତ୍ୟ ନାରାୟଣ ଦାଶ)ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ତରଫରୁ ଜାତୀୟ ଯୁବ ଦିବସ ପାଳିତ

ହୋଇଯାଇଛି l ଏହି ଅବସର ମହାବିଦ୍ୟାଳୟ ପକ୍ଷରୁ ଗତକାଲି ତର୍କ ଓ ସଙ୍ଗୀତ ପ୍ରତିଯୋଗିତା ଓ ଆଜି ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧକ୍ଷ୍ୟା ପ୍ରେମରେଖା ଭତ୍ରା ସଭାପତିତ୍ବ କରିଥିବା ବେଳେ ବାଳକ ଜାତୀୟ ସେବା ଯୋଜନା ଅଧିକାରୀ ଗୌତମ ନାୟକ ପୌରହିତ୍ୟ କରିଥିଲେ l ମୁଖ୍ୟ ଅତିଥି ରୂପେ ଇଂରାଜୀ ବିଭାଗ ମୁଖ୍ୟ ଉମେଶ ଚନ୍ଦ୍ର ରାଉତ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅର୍ଥନୀତି ବିଭାଗ ର ପ୍ରାଧ୍ୟାପକ ଅଶୋକ ଷଡ଼ଙ୍ଗୀ ଉପସ୍ଥିତ ରହି ରାଷ୍ଟ୍ର ଗଠନରେ ଯୁବପିଢ଼ିଙ୍କ ଭୁମିକା ଉପରେ ଆଲୋଚନା କରିଥିଲେ l ସନ୍ନମାନିତ ଅତିଥି ରୂପେ ଅଧ୍ୟାପକ ପ୍ରମୀୟ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉର୍ତ୍ସlହିତ କରିଥିଲେ l ସଭା ଆରମ୍ଭରେ ସ୍ୱାମୀ ବିବେକାନନ୍ଦଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ବେହେରା, ବି. ଗୁପ୍ତେଶ୍ୱର ରାଓ, ଆର କ୍ରାନ୍ତି ସାଗର, ବିଘ୍ନେଶ୍ୱର ପୀଡିଷିକା, ସୁଶାନ୍ତ ମାଝୀ ତଥା ସମସ୍ତ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ l ପରିଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ଅଧ୍ୟାପକ ପ୍ରମିୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

Previous Post Next Post