(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା :ମୋ ନିୟୁଜ ଓଡିଶା ଓଡ଼ିଶା ର ଯଶସ୍ଵି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଥିଲେ ଯେଉଁ ମାନଙ୍କର ବୟସ ସୀମା ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ପିଲା ଛାତ୍ର ଛାତ୍ରୀ ମାନେ ଦିବ୍ୟାଙ୍ଗ ହୋଈଥିବେ ଏବଂ ୮୦% ଭାଗରୁ ଅଧିକା ଥିବ ସେମାନଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା ଜାନୁୟାରୀ ୧୫ ତାରିଖ ଠାରୁ ଭତ୍ତା ବାଣ୍ଟିବା ଆରମ୍ଭ ହୋଈ ସାରିଛି। କିନ୍ତୁ ଆସିକା ଏନ୍.ଏ.ସି.ରେ ଦେଖା ଦେଈଛି ଭତ୍ତା ବାଣ୍ଟିବାରେ ବ୍ୟାପକ ଦୁର୍ନିତୀ। ପ୍ରକୃତ ହିତାଧିକାରୀ ୩୫୦୦ ଟଙ୍କା ଓ ରାସନ୍ କାର୍ଡ ପାଈବାରୁ ବଞ୍ଚିତ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆସିକା ଏନ୍.ଏ.ସି ଲୋକଙ୍କ ଅଭିଯୋଗ କୁ ଭୃକ୍ଷେପ କରୁ ନାହିଁ। ତାଙ୍କର ସରକାର ଜିଲ୍ଲାପାଳ କାହାକୁ ଭୟ ନାହିଁ। ୩୫୦୦ ଟଙ୍କା କେଉଁ କେଉଁ ମାନେ ପାଈଛନ୍ତି ସେମାନଙ୍କ ନାମ ଆସିକା ଏନ୍.ଏ.ସି ଅଫିସ ଘୋଷଣା କରୁ ଏବଂ ତାଙ୍କର ଲିଷ୍ଟ ଅଫିସ ବାହାରେ ଲଗା ଯାଉ। ପ୍ରକୃତ ଯୋଗ୍ୟ ହିତାଧିକାରୀ ମାନେ କାହିଁକି ପାଈ ନାହାଁନ୍ତି ଏଥିପାଇଁ ଦାୟୀ କିଏ..? କାହିଁକି ଦିବ୍ୟାଙ୍ଗ ମାନଙ୍କ ନାଁ ସରକାରଙ୍କୁ ସୁପାରିଶ କଲେ ନାହିଁ। ଏହାକୁ ତଦନ୍ତ କରି ଏହାର ଦାୟିତ୍ଵରେ ଥିବା ଅଫିସର ଓ କର୍ମଚାରୀଙ୍କ ଉପରେ ଦୃଡ ପଦକ୍ଷେପ ନିଆଯାଉ। ଉଚ ସ୍ତରୀୟ ତଦନ୍ତ କରାଗଲେ ଜାଣା ପଡିବ ରାସନ୍ କାର୍ଡ ଓ ଭତ୍ତା ପାଇଁ କିଏ ଯୋଗ୍ୟ କିଏ ଅଯୋଗ୍ୟ।