( ମୋ ନିୟୁଜ ଓଡିଶା )ବିଜେପି ନେତା ଅନୀଲ ପଣ୍ଡାଙ୍କୁ ତାଙ୍କ ବାସଭବନ ଆଗରେ ୨୦ରୁ ୩୦ ମହିଳା ଓ ପୁରୁଷ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି ।। ଅନୀଲଙ୍କ ସହ ତାଙ୍କର ୩ରୁ ୪ ଜଣ ସମର୍ଥକ ଆହତ ହୋଇଛନ୍ତି । ବର୍ତ୍ତମାନ ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅଛନ୍ତି ଅନୀଲ ପଣ୍ଡା। ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ଗଞ୍ଜାମ ଖଲ୍ଲିକୋଟ ବି.ଜେ.ପି ଦଳ ର ମଣ୍ଡଳ ସଭାପତି ଚୟନ ନେଇ ଅସନ୍ତୋଷ ଥିବା ଆଲୋଚନା ହେଉଛି। ଗୁରୁବାର ସକାଳୁ ଘୁମୁସର ଜିଲ୍ଲା ସାଧାରଣ ସଂପାଦକ ଅନିଲ କୁମାର ପଣ୍ଡା ଙ୍କ ଘର କୁ ସମୁଖରେ କିଛି ଯୁବକ ହାତରେ କାଠ ଫାଳିଆ ଧରି ଅନିଲ ପଣ୍ଡା ଙ୍କ ଘର ସମ୍ମୁଖରେ ଗାଳିଗୁଲଜ କରିବା ସହ ଢେଲା ପଥରର ମାଡ କରିଥିଲେ। ଫଳରେ ଅନିଲ କୁମାର୍ ପଣ୍ଡା ଙ୍କ ମୁଣ୍ଡ ଫାଟିବା ସହିତ ତାଙ୍କର ଜଣେ ସହଯୋଗୀ ଆହତ ହୋଇଛନ୍ତି।ସହଯୋଗୀ କାହ୍ନା ଦଳେଇ ଗୁରୁତର ଥିବା ବେଳେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।


