(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ବ୍ରଜନଗର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ କମିଟିର ବରିଷ୍ଠ ସଦସ୍ୟ ପ୍ରଫେସର ଡ ରଙ୍ଗନାଥ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆଜିର ଦିବସରେ ଅନୁଚିନ୍ତା ହେଲା ରାଷ୍ଟ୍ରର ସ୍ୱାଭିମାନ ଓ ଅସ୍ମିତାକୁ ବଜାୟ ରଖି ଓ ଆମର ଏତିହ୍ୟ ଓ ସଂସ୍କୃତିକୁ ପାଥେୟ କରି ସମାଜ ଏବଂ ରାଷ୍ଟ୍ର ନିର୍ମାଣରେ ଆମ ସମସ୍ତଙ୍କୁ ବ୍ୟସ୍ତ ରଖିବାକୁ ପଡିବ ବୋଲି ସେ କହିଥିଲେ। ଲୋଚାପଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଶ୍ଵିନୀ ସାହୁ ନିଜ ବକ୍ତବ୍ୟରେ ବ୍ରହ୍ମପୁର ସହରରେ ରହିଥିବା ସମସ୍ୟା ସମାଧାନର ଦାୟିତ୍ଵ କମିଟି ବହନ କରୁ ବୋଲି ଶ୍ରୀ ସାହୁ କହିଥିଲେ। ଏହି ସମାରୋହର ଅନେକ କୁନି କୁନି ପିଲା ଆଜିର ଦିବସ ଉପରେ ବକ୍ତବ୍ୟ ରଖିବା ସହ ଦେଶତ୍ମୋବୋଧ ଗୀତ ଗାଇଥିଲେ। ଏଥିରେ ଆଦର୍ଶ ଯୁବକ ସଂଘ ସଭାପତି ଋଷିଦେବ ସାହୁ ଓ ଉପଦେଷ୍ଟା ଆଶ୍ୱିନ ସାହୁ ଯୋଗ ଦେଇ ଉତ୍ସବ ପରିଚାଳନାରେ ସହଯୋଗ ଦେଇଥିଲେ। ଆଜିର ଏହି ସମାରୋହରେ ସଭାପତିଙ୍କ ବ୍ୟତୀତ ଏମ ଲାବଣ୍ୟ ପାତ୍ର, ଅଜିତ୍ ପଟ୍ଟନାୟକ, ଦିଗାମ୍ବର ସାମନ୍ତରାୟ, ଦେବୀ ପ୍ରସାଦ ଦାସ, ଶ୍ରୀମନ୍ତ ପାଣିଗ୍ରାହୀ, ସି ଏଚ ରାମ କ୍ରିଷ୍ଣା ଦାସ, ଶ୍ରୀକାନ୍ତ ପଢ଼ିହାରି, ଅନିଲ ଚୌଧୁରୀ, ସୁବାଷ ଚନ୍ଦ୍ର ପାତ୍ର, ରବୀନ୍ଦ୍ର ଜେନା ,ଜିତେନ୍ଦ୍ର କୁମାର ପାଢ଼ୀ, ଲକ୍ଷ୍ମୀକାନ୍ତ ଜେନା, ପି କେ ଦାସ, କାଳିଆ ସାହୁ, ଗଗନ ପାତ୍ର, ବି ଭି ସାଗର, ଡ ପ୍ରବୀଣ ପାଢ଼ୀ, ସନ୍ତୋଷ ସାହୁ, ପୂର୍ଣ୍ଣ ବେହେରା, ପପୁ, କବିରାଜ ରାଉତ, ଅର୍ଜୁନ ସାହୁ, ପ୍ରମୋଦ ପଟନାୟକ, କୁମାର ସ୍ଵାମୀ ପାତ୍ର, ନାରାୟଣ ଚନ୍ଦ୍ର ପାଇଛା, ପ୍ରଶାନ୍ତ ପାତ୍ର, କାହୁଁ ଚରଣ ପତି , ପ୍ରେମାନନ୍ଦ ବେହେରା , ପଦ୍ମ ଚରଣ ବେହେରା , ଈ ତାରେକେଶ୍ଵ ଦୋରା ଓ ଏ ରାମା ରାଓ ପ୍ରମୁଖ ସଦସ୍ୟ ସାମିଲ ଥିଲେ। ପରିଶେଷରେ ମିଷ୍ଟାନ୍ନ ବଣ୍ଟନ ସହ ବ୍ରଜନଗରରେ ଏକ ରାଲି ପରିକ୍ରମା କରିଥିଲା।
ସଞ୍ଜୀବ କୁମାର ପଟ୍ଟନାୟକ,
ସଭାପତି।