ମୋହନା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ ବିଜେଡି ର ସଭ୍ୟ ସଂଗ୍ରହ ଅଭିଯାନ ବୈଠକ ଅନୁଷ୍ଠିତ ।


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)-: 

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ ବିଜେଡି ର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଆଜି ରାଜ୍ୟ ସାଧାରଣ ସମ୍ପାଦକ ତଥା ଡିଜିଟାଲ ମିଡିଆ ର ମୁଖ୍ୟ ନୀଳମାଧବ ମହାନ୍ତି ଉପସ୍ଥିତ ରହି ଡିଜିଟାଲ ମିଡିଆ ମାଧ୍ୟମରେ କିପରି ସଭ୍ୟ ସଂଗ୍ରହ କରାଯିବ ପରୀକ୍ଷା ମୂଳକ ଭାବେ ଉପସ୍ଥିତ କର୍ମୀ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ,

ଆର.ଉଦୟଗିରି ବ୍ଲକ ବିଜେଡି ସଭାପତି  ଗଜପତି ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଏସ. ଲିଙ୍ଗରାଜ, ମୋହନା ବ୍ଲକ ର ଦୁଇ ଜିଲ୍ଲା ପରିଷଦ ସଭ୍ୟ, ମୋହନା ବ୍ଲକ ଯୁବ ସଭାପତି ଲିଙ୍ଗରାଜ ପୂଜାରୀଙ୍କ ସମେତ ବରିଷ୍ଟ ବିଜେଡି କର୍ମୀ ପ୍ରମୁଖ ଉପସ୍ଥିତ ରହି କିପରି ଡିଜିଟାଲ ମିଡିଆ ମାଧ୍ୟମରେ ସାଧାରଣ ବ୍ୟକ୍ତି ସଭ୍ୟ ପଦ ଗ୍ରହଣ କରିପାରିବେ ବିଶଦ ଭାବେ ବୁଝାଇଥିଲେ। ଏହି ତାଲିମ ତଥା ବୈଠକ ରେ ପ୍ରାୟ ଶତାଧିକ କର୍ମୀ ଓ ସ୍ଥାନୀୟ ନେତା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post