(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ କଳା ପରିଷଦ ଠାରେ ରବିବାର ଭଞ୍ଜ କଳାକାର ମହାସଂଘ, ଗଞ୍ଜାମ ର ଏକ ସାଧାରଣ ବୈଠକ ସନ୍ତୋଷ କୁମାର ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅବସର ପ୍ରାପ୍ତ ସହାୟକ ନିର୍ଦ୍ଦେଶକ (ସଂସ୍କୃତି ବିଭାଗ)କୃଷ୍ଣ ଚନ୍ଦ୍ର ନିଶଙ୍କ , ବରିଷ୍ଠ କଳାକାର ନବଘନ ପରିଡ଼ା , ବରିଷ୍ଠ ଶିକ୍ଷାବିତ୍ ତଥା ଲୋକ ସଂସ୍କୃତି ଗବେଷକ ଲମ୍ବୋଦର ମିଶ୍ର, ପ୍ରଫେସର ବନମାଳୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ରହି ସାମ୍ପ୍ରତିକ ପରିସ୍ଥିତିରେ ଗଞ୍ଜାମ ଜିଳ୍ଲାର ଲୋକ କଳା ଉପରେ ଆଲୋକପାତ କରିବା ସହ କଳା ଓ କଳାକାରର ବିକାଶ ଓ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଥିବା ଲୋକକଳାର ତାଲିକା ପ୍ରସ୍ତୁତି କରି ଲୋକ ଲୋଚନକୁ ଆଣିବା , ଉପ ସଭାପତି ମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ କୁ ସଠିକ୍ ମାର୍ଗରେ ପାଳନ କରିବା , ଭଞ୍ଜ କଳାକାର ମହାସଂଘ କୁ ସୁଦୃଢ଼ କରିବାପାଇଁ ବ୍ଳକ ସ୍ତରରେ ବୈଠକ ରଖି କଳାକାର ମାନଙ୍କୁ ସଂଘରେ ସାମିଲ୍ କରିବା , ଲୋକ କଳାର ବୟୋଜ୍ୟେଷ୍ଠ କଳାକାର ମାନଙ୍କ ପାଣ୍ଡୁଲିପି କୁ ମୁଦ୍ରଣ କରିବା ସହ ସେମାନଙ୍କୁ ସମ୍ମାନୀତ କରିବା , ଗଞ୍ଜାମ ଜିଲ୍ଲାରେ ଗଠିତ ବହୁ ସଂଘ କୁ ମହାସଂଘ ରେ ସାମିଲ୍ କରିବା, ବୟୋଜ୍ୟେଷ୍ଠ କଳାକାର ଙ୍କ ଜୀବନୀ ଓ ଲୋକକଳା ସମ୍ପର୍କରେ ଲେଖା ସଂଗ୍ରହ କରି ସ୍ମରଣିକା ପ୍ରକାଶିତ କରିବା ଭଳି ସାଂଗଠନିକ ଆଲୋଚନା କରାଯାଇଥିଲା । ବରିଷ୍ଠ କଳାକାର ସଂଘ , ବ୍ରହ୍ମପୁର ତରଫରୁ ନିକଟରେ ଯେଉଁ ସୋସିଆଲ ମି଼ଡ଼ିଆରେ କଳା ସଂଙ୍ଘ ର ଉପ ସଭାପତି ମାନଙ୍କ ସମ୍ପର୍କରେ ଯେଉଁ ନାସ୍ତିକ ଟିପ୍ପଣୀ ଦିଆଯାଇଛି ଏହି ବିଷୟକୁ ଉପ ସଭାପତି ମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାର ଦୃଢ ନିନ୍ଦା କରିଥିଲେ। ଯେଉଁମାନେ ଏପରି ମନ୍ତବ୍ୟ ଦେଇଛନ୍ତି ସେମାନେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ମାତବ୍ୟକ୍ତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଆଲୋକ ବିଷୋୟୀ,ମାଧବ ବାଡତ୍ୟା , ବଳରାମ ପଣ୍ଡା ସୁରେନ୍ଦ୍ରନାଥ ଶର୍ମା, ଶିବରାମ ପ୍ରଧାନ ଙ୍କ ସମେତ ଅନେକ ଉପ ସଭାପତି ଓ ଗଂଜାମ ଜିଲ୍ଲାର ଅନେକ ବରିଷ୍ଠ କଳାକାର ଯୋଗ ଦେଇ ନିଜ ନିଜର ମତାମତ ପ୍ରକାଶ କରିଥିଲେ। ମହାସଙ୍ଘର ଏକ ସ୍ମରଣିକା ପ୍ରକାଶ କରାଯିବାକୁ ନିଷ୍ପତି ନିଆଗଲା l ମହାସଙ୍ଘର ଆସନ୍ତା ବୈଠକ ଜାନୁଆରୀ ୧୯ ତାରିଖରେ କରାଯିବାର ସ୍ଥିର କରଯାଇଥିଲା ।
ଏହି ବୈଠକକୁ ଯୁବ କଳାକାର ଆଲୋକ ବିଷୟୀ ପରିଚାଳନ କରିଥିବା ବେଳେ କଳା ସଙ୍ଘଟକ ମାଧବ ବାଡତ୍ୟା ଧନ୍ୟବାଦ ଅର୍ପଣ କାରିଥିଲେ I